କରୋନା ବେଳେ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

କରୋନା ବେଳେ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି କେନ୍ଦ୍ରର ମୋଦି ସରକାର। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ୧୮ ବର୍ଷ ଯାଏ ଏହି ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ। ଏଥିସହ ଏହି ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି କହିଛନ୍ତି ଅନୁରାଗ ଠାକୁର।

ସୂଚନାଯୋଗ୍ୟ, କରୋନାରୁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ମେ ୨୯, ୨୦୨୧ରେ ସେ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା କରୋନା ପାଇଁ ଯେଉଁ ଛୋଟ ଛୁଆ ବାପା, ମା’ କିମ୍ୱା ମୁରବି ହରାଇଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁରକ୍ଷା ଯୋଗାଇ ଦେବେ।

The post କରୋନା ବେଳେ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା appeared first on Odisha Reporter.



from Odisha Reporter https://ift.tt/3jnaPLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages