ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର। କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଭିତରେ ଆଜି ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଖୁବ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ରହିଛି।

ପ୍ରଶାନ୍ତ କଂଗ୍ରେସରେ ସାମିଲ୍ ହେବା ନେଇ ରାହୁଲ ଗାନ୍ଧୀ ଦଳର ଶୀର୍ଷ ନେତା ମାନଙ୍କ ପରାମର୍ଶ ଲୋଡିଥିଲେ। ଏହାପରେ ଦଳର ପ୍ରମୁଖ ନେତା ପ୍ରଶାନ୍ତଙ୍କ ସାମିଲ୍ ନେଇ ଆଗ୍ରହ ରଖିଥିବା ସୂଚନା ରହିଛି। ଏବେ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେବା ପରେ ସେ କଂଗ୍ରେସରେ ସାମିଲ୍ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ପ୍ରଶାନ୍ତ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ଦଳର ବଡ଼ ପଦ ପାଇ ପାରନ୍ତି।

ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ ଭେଟିବା ବେଳେ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ କିଭଳି କଂଗ୍ରେସ ଆଗକୁ ବଢ଼ିବ ସେ ନେଇ ଏକ ବିସ୍ତୃତ ରୋଡ ମ୍ୟାପ ଦେଖାଇ ଥିଲେ। ଏହି ବୈଠକ ଜୁଲାଇ ୧୫ରେ ହୋଇଥିଲା। ତେବେ ପ୍ରଶାନ୍ତ କିଶୋର ଯେଉଁ ପ୍ରେଜେନଟେନସନ ଦେଖାଇଥିଲେ ତାକୁ ନେଇ ରାହୁଲ ଗାନ୍ଧୀ ଉତ୍ସାହିତ ବୋଲି କୁହାଯାଉଛି। କଂଗ୍ରେସ ମଧ୍ୟ ତାଙ୍କୁ ଦଳର  ପରାମର୍ଶଦାତା ଭାବରେ ରଖିବାକୁ ଆଶା ରଖିଛି। ମୁଖ୍ୟତଃ ବିନା କଂଗ୍ରେସରେ ନରେନ୍ଦ୍ର ମୋଦିଙ୍କୁ ହରାଇବା କଷ୍ଟକର ବ୍ୟାପାର ହେବ। ତେଣୁ ବିଭିନ୍ନ ଆଞ୍ଚଳିକ ଦଳ ସହ ମିଶି ବିଜେପି ସରକାରକୁ ଚେକ୍ ଦେଇହେବ ବୋଲି ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ୨୦୧୪ରେ ସାଧାରଣ ନିର୍ବାଚନ ଲଢ଼ିବା ବେଳେ ପ୍ରଶାନ୍ତ କିଶୋର ତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରୁସ୍ତୁତ କରିଥିଲେ। ଆଉ ମୋଦି ବିଜୟୀ ହୋଇଥିଲେ। ଏହାପରେ ପ୍ରଶାନ୍ତ କିଶୋର ବିଜେପି ସହ ଆଉ କୌଣସି ଚୁକ୍ତି ନକରି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଏହାପରେ ସେ ଜେଡିୟୁରେ ସାମିଲ ହୋଇଥିଲେ। ହେଲେ ଦଳର ସୁପ୍ରିମୋ ନୀତୀଶ କୁମାର ତାଙ୍କୁ ବହିଷ୍କୃତ କରିଥିଲେ। ନିକଟରେ ପ୍ରଶାନ୍ତ ପଶ୍ଚିମଙ୍ଗରେ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଛନ୍ତି।

The post ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର appeared first on Odisha Reporter.



from Odisha Reporter https://ift.tt/3AeNGlc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages