ଲକରରୁ ଚୋରି ହେଲେ ଉତ୍ତରଦାୟିତ୍ୱରୁ ଖସି ପାରିବେନି ବ୍ୟାଙ୍କ: ଆରବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

ଲକରରୁ ଚୋରି ହେଲେ ଉତ୍ତରଦାୟିତ୍ୱରୁ ଖସି ପାରିବେନି ବ୍ୟାଙ୍କ: ଆରବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ ରଖା ଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ।  ଲକରରେ ବାର୍ଷିକ ଦେୟ ଯେତେ ଥିବ, ତାର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏପରି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ।  ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ତାଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ। ସଂପୃକ୍ତ ସାମଗ୍ରୀର ବୀମା ପାଇଁ ବ୍ୟାଙ୍କ ଦାୟୀ ନୁହେଁ। ଏ ନେଇ ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଅବଗତ କରାଇବେ ବ୍ୟାଙ୍କ କର୍ତ୍ତୃପକ୍ଷ।  ଆରବିଆଇର ଏହି ନିୟମ ୨୦୨୨ ଜାନୁଆରି ପହିଲାରୁ ଲାଗୁ ହେବ। ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକରକୁ ନେଇ ଏକ ନିୟମ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଆରବିଆଇକୁ କହିଥିଲେ।

ସୁପ୍ରିମକୋର୍ଟରେ ଅମିତାଭ ଦାସଗୁପ୍ତ ବନାମ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାମଲାରୁ ଆସିଥିବା ନିର୍ଯାସରୁ ବ୍ୟାଙ୍କ ଲକରକୁ ନେଇ ଏପରି ନୀତି ତିଆରି ହୋଇଛି। ଆରବିଆଇ କହିଛି ଯେ ବ୍ୟାଙ୍କିଙ୍ଗ ଏବଂ ଟେକ୍ନୋଲୋଜି କ୍ଷେତ୍ରର ବିଭିନ୍ନ ଘଟଣାକ୍ରମ ଏବଂ ଗ୍ରାହକଙ୍କ ଅଭିଯୋଗ କ୍ରମେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି।

ଆରବିଆଇ କହିଛି ଯେ ବ୍ୟାଙ୍କଗୁଡ଼ିକ ତାଙ୍କ ଶାଖାରେ କିମ୍ୱା ମୁଖ୍ୟ ଅଫିସରେ ଯେଉଁଠି ଲକର ଖାଲିଥିବ ତାର ଏକ ତାଲିକା ପ୍ରସ୍ତୁତ କରିବେ। ଲକର ଆବଣ୍ଟନ ବେଳେ ଗ୍ରାହକଙ୍କୁ ଏକ ରସିଦ ଦେବେ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ। ଯଦି ଲକର ଉପଲବ୍ଧ ନଥାଏ, ତେବେ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଓ୍ୱେଟିଂ ଲିଷ୍ଟ ନମ୍ବର ଦେବେ। ଏଥିସହ ଲକର ଆବଣ୍ଟନ ଉଦ୍ଦେଶ୍ୟରେ ସେମାନଙ୍କୁ କୋର ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ (ସିବିଏସ୍ଇ) କିମ୍ବା ସାଇବର ସୁରକ୍ଷା ଢ଼ାଞ୍ଚା ସହିତ ଅନୁରୂପ ଅନ୍ୟ କୌଣସି କମ୍ପ୍ୟୁଟରାଇଜଡ୍ ସିଷ୍ଟମରେ ସେମାନଙ୍କର ଅପେକ୍ଷା ତାଲିକା ସୂଚନା ପ୍ରବେଶ କରିବାକୁ ପଡିବ।

ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ୍ ଭୂକମ୍ପ, ବନ୍ୟା, ବଜ୍ରପାତ କିମ୍ବା ଝଡ଼ ଦ୍ୱାରା ଲକର ବା ବ୍ୟାଙ୍କ ଯଦି କ୍ଷତି ହେବ ତାହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ହେଲେ ବ୍ୟାଙ୍କଗୁଡିକ ଲକର ଗୁଡ଼ିକୁ ବିପଦରୁ ସୁରକ୍ଷା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ଏହା ବ୍ୟତୀତ ଯେଉଁଠାରେ ସୁରକ୍ଷିତ ଲକର ଅଛି ସେହି ସ୍ଥାନର ସୁରକ୍ଷା ପାଇଁ ବ୍ୟାଙ୍କ କେବଳ ଦାୟୀ ରହିବ। କିନ୍ତୁ ଏହି ନିର୍ଦ୍ଦେଶନାମା ଅନୁଯାୟୀ ନିଆଁ ଲାଗି ଗଲେ, ଚୋରି, ଡକାୟତି ଘଟଣାରେ ଲକର ବାବଦରେ ବ୍ୟାଙ୍କ ଉତ୍ତର ଦାୟିତ୍ୱ ରହିବେ। ଆରବିଆଇ ଏହାର ନୂଆ ନିର୍ଦ୍ଦେଶାବଳୀରେ କହିଛି ଯେ ଯଦି କ୍ରମାଗତ ତିନି ବର୍ଷ ଧରି ଗ୍ରାହକ ଭଡା ପ୍ରଦାନ ନକରିବେ ତେବେ କୌଣସି ଲକର ଖୋଲିପାରିବେ ବ୍ୟାଙ୍କ।

ତେବେ ଗ୍ରାମାଞ୍ଚଳରେ ଛୋଟିଆ ସୁରକ୍ଷିତ ଜମା ଲକର ପାଇଁ ବାର୍ଷିକ ୨ ହଜାର ଟଙ୍କା ଏବଂ ସହରାଞ୍ଚଳ ଏବଂ ମେଟ୍ରୋ ସହରଗୁଡ଼ିକରେ ଥିବା ଲକର ପାଇଁ ବାର୍ଷିକ ୪ ହଜାର ଟଙ୍କା ଭଡା ରହିଛି। ବଡ ଲକରର ବାର୍ଷିକ ଭଡା ୮ ହଜାର ଟଙ୍କା ରହିଛି। ଏହା ବ୍ୟତୀତ ଗ୍ରାହକମାନଙ୍କୁ ମଧ୍ୟ ଜିଏସଟି ଦେବାକୁ ହେବ।

The post ଲକରରୁ ଚୋରି ହେଲେ ଉତ୍ତରଦାୟିତ୍ୱରୁ ଖସି ପାରିବେନି ବ୍ୟାଙ୍କ: ଆରବିଆଇ appeared first on Odisha Reporter.



from Odisha Reporter https://ift.tt/37Ztt6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages