ରାୟଗଡ଼ା(ମନୋଜ ପାତ୍ର): ପୁଣି ବର୍ବର କାଣ୍ଡ ଘଟାଇଲେ ନକ୍ସଲ। ଗ୍ରାମରକ୍ଷୀଙ୍କୁ ଘରୁ ଡାକି ନେଇ ଗୁଳି କରିଦେଲେ। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଘଟାଇଲେ ଏପରି ସାଂଘାତିକ କାଣ୍ଡ। ଏପରି ଅଭାବନୀୟ କାଣ୍ଡ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଟିକରପଡ଼ା ଗାଁରେ ଘଟିଛି। ମୃତକ ହେଲେ ଟିକରପଡ଼ାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନା।
ଗତ ରାତିରେ ପ୍ରାୟ ୧୦ରୁ ଅଧିକ ନକ୍ସଲ ଟିକରପଡ଼ାର ପହଞ୍ଚିଥିଲେ। ଏହାପରେ ସେମାନେ ସନ୍ତୋଷଙ୍କ କବାଟ ବାଡ଼େଇ ତାଙ୍କୁ ଡାକି ନେଇଥିଲେ । କିଛି ଦୂର ଯିବା ପରେ ଗାଁ ଦାଣ୍ଡରେ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି ।
ମୃତଦେହ ନିକଟରୁ ୨ଟି ହାତଲେଖା ଚିଠି ମିଳିଛି। ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ଗ୍ରାମରକ୍ଷୀଙ୍କୁ ଡାକି ନେଇ ଗୁଳି କରିଦେଲେ appeared first on Odisha Reporter.
from Odisha Reporter https://ift.tt/2WGr3au
No comments:
Post a Comment