ଚାଲିଗଲେ ଆମେରିକା ସେନା, ଛାଡ଼ିଗଲେ କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ଚାଲିଗଲେ ଆମେରିକା ସେନା, ଛାଡ଼ିଗଲେ କୁକୁର

ୱାଶିଂଟନ: ଆଫଗାନିସ୍ତାନରୁ ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ପ୍ରତ୍ୟାବର୍ତ୍ତନ କରିଛି। ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନରୁ ସମସ୍ତ ଆମେରିକା ସେନା ଫେରିଯାଇଛନ୍ତି। ଆମେରିକା ସେନା ଫେରିଯାଇଛନ୍ତି ସତ କିନ୍ତୁ ନିଜ ଅସୁବିଧା ସମୟରେ ସାଥୀ ଦେଇଥିବା ସେନାର ବହୁସଂଖ୍ୟକ ସାହସୀ କୁକୁରମାନଙ୍କୁ ତାଲିବାନୀଙ୍କ ଭରସାରେ ଛଡାଯାଇଛନ୍ତି।

କାବୁଲ ବିମାନ ବନ୍ଦରରେ ଯୁଦ୍ଧ ପାଇଁ ଅକ୍ଷମ କରାଯାଇଥିବା ଗୋଟାଏ ହେଲିକପ୍ଟର୍‌ ସମ୍ମୁଖରେ ପିଞ୍ଜରାରେ ବନ୍ଦ ହୋଇଥିବା କିଛି କୁକୁରଙ୍କ ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ ଆମେରିକାକୁ ଚାରିଆଡେ ସମାଲୋଚନା କରାଯାଇଛି।

ଏଥିରୁ କିଛି କୁକୁରମାନଙ୍କୁ ଆମେରିକା ସେନା ଆଫଗାନିସ୍ତାନରେ ନିଜ କାମ ପାଇଁ ବ୍ୟବହାର କରୁଥିଲା। ଶେଷ ସମୟରେ କିନ୍ତୁ ଆମେରିକା ସେନା ଏହି କୁକୁରମାନଙ୍କୁ ତାଲିବାନୀଙ୍କ ସମ୍ମୁଖରେ ମରିବାକୁ ଛାଡି ଚାଲିଗଲା। ‘ସୋସାଇଟି ଫର୍‌ ଦ ପ୍ରିଭେନସନ୍‌ ଅଫ୍‌ କ୍ରୁଏଲ୍ଟି ଟୁ ଏନିମଲ୍ସ’ କହିଛି, ମ୍ୟାକ୍ସୱେଲ-ଜୋନ୍ସ ୪୬ଟି ସର୍ଭିସ କୁକୁରକୁ କାବୁଲରୁ ବାହାରକୁ ବାହାର କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି।

ଡେଲିମେଲ୍‌ର ରିପୋର୍ଟ ମୁତାବକ, ଆମେରିକା ସେନା ୪୬ଟି ସର୍ଭିସ କୁକୁରଙ୍କ ସମେତ ୧୩୦ ପଶୁଙ୍କୁ ଆଫଗାନିସ୍ତାନରେ ଛାଡ଼ି ଆସିଛି। ଏହି ପଶୁମାନଙ୍କ ମଧ୍ୟରେ କିଛି ପୋଷା ବିଲେଇ ମଧ୍ୟ ସାମିଲ ଅଛନ୍ତି। ସେପଟେ ଏହି ରିପୋର୍ଟ ପେଣ୍ଟାଗନ୍‌ ଖଣ୍ଡନ କରିଛି। ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଛ ଏବଂ ସେହି କୁକୁରଗୁଡିକ ଆମର ନୁହେଁ ବୋଲି କହିଛି ପେଣ୍ଟାଗନ।

ଗତକାଲି ଆଫଗାନିସ୍ତାନରୁ ସମସ୍ତ ଆମେରିକା ସେନା ଫେରିଯାଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ଉକ୍ତ ରିପୋର୍ଟ ସବୁ ତ୍ରୁଟିପୂର୍ଣ୍ଣ। ଯୁକ୍ତରାଷ୍ଟ୍ର ଆମେରିକା ସେନା ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ି ଆସିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋ ଓ ଭିଡିଓରେ ଦେଖାଯାଉଥିବା କୁକୁରଗୁଡ଼ିକ ଆମେରିକୀୟ ସେନାର ନୁହେଁ। ସେମାନେ ‘କାବୁଲ୍‌ ସ୍ମଲ୍‌ ଆନିମଲ୍‌ ରେସ୍କ୍ୟୁ’ ହେପାଜତରେ ଥିଲେ ବୋଲି ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବି ଟୁଇଟ୍‌ କରି କହିଛନ୍ତି।

ଉକ୍ତ ପ୍ରାଣୀ ଅଧିକାର ସଂସ୍ଥା ବର୍ଷେ ହେବ ଆଫଗାନିସ୍ତାନରେ କାର୍ଯ୍ୟ କରୁଛି। କିଛି ଜୀବଜନ୍ତୁଙ୍କୁ ସ୍ଥାନାନ୍ତରଣ କରିବ ବୋଲି ସେ ସଂସ୍ଥା ପ୍ରଥମେ ଯୋଜନା କରିଥିଲା। କିନ୍ତୁ ସାମରିକ ବିମାନରେ କୁକୁରଙ୍କୁ ନେବା ପାଇଁ ଅନୁମତି ନ ମିଳିବା ଏବଂ କାବୁଲକୁ ଘରୋଇ ଚାର୍ଟର୍‌ ବିମାନ ପ୍ରବେଶ ନିଷେଧ କରାଯିବାରୁ ସେମାନେ ପିଞ୍ଜରାବଦ୍ଧ କୁକୁରଗୁଡ଼ିକୁ ସେଠାରେ ଛାଡ଼ି ଆସିବାକୁ ବାଧ୍ୟ ହୋଇଥିଲେ।

ଏ ପ୍ରସଙ୍ଗରେ ‘ଏସ୍‌ପିସିଏ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଲରି କାଲେଫ୍ କହନ୍ତି, ‘କାବୁଲ୍ ସ୍ମଲ୍‌ ଆନିମଲ୍‌ ରେସ୍କ୍ୟୁ’ର କୁକୁରଗୁଡ଼ିକୁ ଆଫଗାନିସ୍ତାନରୁ ବାହାରକୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିବା ବିମାନରେ ସେମାନଙ୍କୁ ଯିବା ପାଇଁ ଅନୁମତି ମିଳିନଥିଲା। ତେଣୁ ସେମାନଙ୍କ ତତ୍ତ୍ୱାବଧାରକମାନଙ୍କୁ ନିରାପଦରେ ଆଫଗାନିସ୍ତାନ ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ ଆମେ ଦୁଃଖିତ ବୋଲି ‘କାବୁଲ୍ ସ୍ମଲ୍‌ ଆନିମଲ୍‌ ରେସ୍କ୍ୟୁ’ କହିଛି।

କୁକୁରଗୁଡ଼ିକୁ ବିମାନ ବନ୍ଦରରେ ପିଞ୍ଜରାମୁକ୍ତ କରାଗଲେ ସେମାନେ ବୁଲା କୁକୁର ପାଲଟି ଯିବେ। ପରିସ୍ଥିତି ନିରାପଦ ମନେହେଲେ ବିମାନ ବନ୍ଦରକୁ ଲେଉଟିଯାଇ ପୁଣି ସେ କୁକୁରଗୁଡ଼ିକୁ ଉଦ୍ଧାର କରିବ ବୋଲି ‘କାବୁଲ୍ ସ୍ମଲ୍‌ ଆନିମଲ୍‌ ରେସ୍କ୍ୟୁ’ର କର୍ମକର୍ତ୍ତାମାନେ କହିଛନ୍ତି।

The post ଚାଲିଗଲେ ଆମେରିକା ସେନା, ଛାଡ଼ିଗଲେ କୁକୁର appeared first on Odisha Reporter.



from Odisha Reporter https://ift.tt/38s73vd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages