ପାରାଲିମ୍ପିକ୍ସରେ ମେଡାଲ ବର୍ଷା: ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ କ୍ରିଷ୍ଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ପାରାଲିମ୍ପିକ୍ସରେ ମେଡାଲ ବର୍ଷା: ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ କ୍ରିଷ୍ଣା

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଶନିବାର ପଦକ ବର୍ଷା ହୋଇଛି। ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଆଜି ପ୍ରଥମ ଖେଳାଳି ଭାବେ ପଦକ ନିଶ୍ଚିତ କରିଥିଲା। ଏହାପରେ ଭାରତ ପାଇଁ ବ୍ୟାଡମିଣ୍ଟନର ଆଉ ଦୁଇଟି ବର୍ଗରେ ଦୁଇ ଜଣ ଭାରତୀୟ ଖେଳାଳି ଫାଇନାଲରେ ପ୍ରବେଶ କରି ପଦକ କବଜା କରିଛନ୍ତି।

ସେହିପରି ଶୁଟିଂରେ ମଧ୍ୟ ଆଜି ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ୫୦ ମିଟର ପିସ୍ତଲ ଏସ୍‌ଏଚ୍‌-୧ ବର୍ଗରେ ମନୀଷ ନରୱାଲ ସ୍ୱର୍ଣ୍ଣ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି।

ଆଜି ବ୍ୟାଡମିଣ୍ଟନରେ ଭାରତ ପାଇଁ ୩ ପଦକ ନିଶ୍ଚିତ କରିଛନ୍ତି ୩ ପାରାଲିମ୍ପିୟାନ। ଏସଏଲ୍‌ ୩ ବର୍ଗରେ ପ୍ରମୋଦ, ଏସଏସ୍‌ ୪ ବର୍ଗରେ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରିଥିବା ବେଳ ଏବେ କ୍ରିଷ୍ଣା ନାଗରା ଏସ୍‌ଏଚ୍‌-୬ ଏକକ ପୁରୁଷ ବର୍ଗର ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଖେଳାଳିମାନେ ଫାଇନାଲରେ ହାରିଲେ ମଧ୍ୟ ରୌପ୍ୟ ପଦକ ପାଇବେ। ତେଣୁ ବ୍ୟାଡମିଣ୍ଟନରେ ଭାରତ ଆଜି ଗୋଟିଏ ଦିନରେ ୩ ପଦକ ନିଶ୍ଚିତ କରିଛି। ଏହାବାଦ୍‌ ତରୁନ ଢିଲନ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ସେ ଏସ୍‌ଏଲ୍‌-୪ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ସେମିରେ ହାରି ଯାଇଛନ୍ତି। ତଥାପି ବ୍ରୋଞ୍ଜ ପଦକ ଜିତିବାକୁ ତାଙ୍କ ପାଖରେ ସୁଯୋଗ ରହିଛି।

ଏସଏଚ୍‌ ୬ର ସେମିରେ ଆଜି କ୍ରିଷ୍ଣାଙ୍କ ମୁକାବିଲା ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ନାଗର ନିଜର ଦବଦବା ଦେଖାଇଥିଲେ। ପ୍ରଥମ ସେଟକୁ ୨୧-୧୦ ଓ ଦ୍ୱିତୀୟ ସେଟ୍‌କୁ ୨୧-୧୧ରେ ଜିତି ସେ ଫାଇନାଲ ଟିକେଟ୍‌ ହାସଲ କରିଥିଲେ।


ଏହି ମ୍ୟାଚ୍‌ ଶେଷ କରିବାକୁ ତାଙ୍କୁ ମାତ୍ର ୨୬ ମିନିଟ୍‌ ସମୟ ଲାଗିଥିଲା। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ହଂକଂ ଚାଇନାର ମାନ କାଇ ଚୁଙ୍କ ସହ ଲଢ଼ିବେ। ସେହିପରି କ୍ରାୟଷ୍ଟେନ ବ୍ରୋଞ୍ଜ ପଦକ ପାଇଁ ବ୍ରାଜିଲର ଭିଟୋରଙ୍କ ସହ ମୁକାବିଲା କରିବେ।

ଭାରତ ଚଳିତ ପାରାଲିମ୍ପକ୍ସରେ ୩ ସ୍ୱର୍ଣ୍ଣ ସହ ୧୫ ପଦକ କବଜା କରିଛି। ଏଥିସହ ଆଉ ୩ ପଦକ ନିଶ୍ଚିତ କରିଛି।

The post ପାରାଲିମ୍ପିକ୍ସରେ ମେଡାଲ ବର୍ଷା: ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ କ୍ରିଷ୍ଣା appeared first on Odisha Reporter.



from Odisha Reporter https://ift.tt/3DL2Gtq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages