ତାଲିବାନକୁ କଡ଼ା ଜବାବ ଦେଲେ ମାସୁଦ, କହିଲେ ଆମେ କେବେ ହାର ମାନିବୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ତାଲିବାନକୁ କଡ଼ା ଜବାବ ଦେଲେ ମାସୁଦ, କହିଲେ ଆମେ କେବେ ହାର ମାନିବୁନି

କାବୁଲ: ଆଫଗାନିସ୍ତାନର ପଞ୍ଜଶିରକୁ ନେଇ ତାଲିବାନ ଓ ନର୍ଦ୍ଦନ ଆଲିଆନ୍ସ ମଧ୍ୟରେ ଆରପାର୍‌ର ଲଢ଼େଇ ଆରମ୍ଭ ହୋଇଯାଇଛି। ତାଲିବାନ ବନ୍ଧୁକ ମୁନରେ ପଞ୍ଜଶିରକୁ ଦଖଲ କରି ସାରିଥିବା ଶୁକ୍ରବାର ରାତିରୁ କହି ସାରିଥିଲେ ହେଁ ନିର୍ଦ୍ଦନ ଆଲିଆନ୍ସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେହିପରି ପଞ୍ଜଶିରରେ ଥିବା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ତାଲିବାନର ପଞ୍ଜଶିର ଦଖଲ ଖବର ମିଛ ବୋଲି କହିଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଏବେ ବି ପଞ୍ଜଶିରର ବିଭିନ୍ନ ସ୍ଥାନରେ ତାଲିବାନୀ ଓ ନର୍ଦ୍ଦନ ଆଲିଆନ୍ସ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ସେହିପରି ଇରାନକୁ ଆମେରିକା ଭୟରେ ତାଲିବାନ ନେଇଯାଇଥିବା ଗାଡ଼ି ଓ ଯୁଦ୍ଧାସ୍ତ୍ର ସବୁ ପୁଣି ଆଫଗାନକୁ ଫେରିବାରେ ଲାଗିଛି। ଏହାକୁ ବ୍ୟବହାର କରି ଏବେ ତାଲିବାନ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ତାଲିବାନକୁ କଡ଼ା ଚେତାବନୀ ଦେଇଛନ୍ତି। ପଞ୍ଜଶିରବାସୀ କେବେ ହେଲେ ତାଲିବାନ ଆଗରେ ଆତ୍ମସମର୍ପଣ କରିବେ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ନିଜର ଅଫିସିଆର ଫେସବୁକରେ ମାସୁଦ ଲେଖିଛନ୍ତି, “ଆମେ କେବେ ହେଲେ ଲଢ଼େଇ ଛାଡ଼ିବୁ ନାହିଁ କିମ୍ବା ହାର ମାନିବୁ ନାହିଁ। ଆମେ ସବୁବେଳେ ଭଗବାନ, ସ୍ୱାଧିନତା ଓ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବୁ।

ଆମେ କେବେ ହେଲେ ନିରାଶ ହେବୁନି। ଆମେ କୌଣସି ବିପଦକୁ ଡରିବା ଶିଖିନୁ। ପଞ୍ଜଶିରରେ ଚାଲିଥିବା ସଂଘର୍ଷ ହେଉ କିମ୍ବା ଆମ ଭଉଣୀମାନଙ୍କ ଆନ୍ଦୋଳନ ହେଉ, ସମସ୍ତେ ନିଜର ଅଧିକାର ପାଇଁ ସ୍ୱର ଉଠାଉଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଲୋକମାନେ କେବେ ହେଲେ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏହା ଲମ୍ବା ଲଢ଼େଇ। ଆମେ ସମସ୍ତେ ଲଢ଼େଇ କରିବାକୁ ପ୍ରସ୍ତୁତ। ଲଢ଼େଇ ଛାଡ଼ିଦେଲେ କିମ୍ବା ନିରାଶ ହେଲେ ବିଫଳତା ମିଳିଥାଏ। ଆମ ଲୋକମାନେ କେବେ ହେଲେ ଆଶା ହରାଇବେ ନାହିଁ। ଆମେ ସମସ୍ତେ ଏକାଠି ଗୋଟିଏ ସୁନ୍ଦର, ମୁକ୍ତ ଓ ସ୍ୱାଧୀନ ଆଫଗାନିସ୍ତାନ ଗଠନ କରିବାକୁ ଆଗକୁ ବଢ଼ିବୁ।

ସେହିପରି ପଞ୍ଜଶିରକୁ ତାଲିବାନ ଦଖଲ କରିଥିବା ନେଇ ତାଲିବାନ ଚଳାଇ ଥିବା ପ୍ରଚାରକୁ ମାସୁଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ମିଡିଆରେ ପଞ୍ଜଶିରକୁ ନେଇ ଚାଲିଥିବା ପ୍ରଚାର ସଂପୂର୍ଣ୍ଣ ମିଛ। ପଞ୍ଜଶିର ଯେଉଁଦିନ ଦଖଲ ହେବ, ସେଦିନ ଏଠାରେ ମୋର ଶେଷ ଦିନ ହେବ ବୋଲି ସେ ଟ୍ୱିଟ କରିଛନ୍ତି।

The post ତାଲିବାନକୁ କଡ଼ା ଜବାବ ଦେଲେ ମାସୁଦ, କହିଲେ ଆମେ କେବେ ହାର ମାନିବୁନି appeared first on Odisha Reporter.



from Odisha Reporter https://ift.tt/3DJkg0W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages