ଆବଶ୍ୟକ ସାମଗ୍ରୀ: ଛେନା, ସୁଜି ,ମଇଦା, କାଜୁ, ପିସ୍ତା, କ୍ଷୀର, ମିଲ୍କମେଡ, ଗୁଜୁରାତି, ପିସ୍ତାବାଦାମ ଓ ରିଫାଇନ ତେଲ, ଚିନି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା, ସୁଜି ଓ ମଇଦାକୁ ଭଲ ଭାବରେ ଚକଟି ଗୋଲ ଗୋଲ କରି ଗଢ଼ି ପାଣିରେ ସିଝାଇ ଦିଅନ୍ତୁ। ଏହାପରେ କରେଇରେ ତେଲ କରନ୍ତୁ। ସେଥିରେ କାଜୁ ଓ ପିସ୍ତା ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ। ପୁଣି କରେଇରେ ଅଳ୍ପ ପାଣି ଓ କ୍ଷୀରକୁ ପକାଇ ୪୫ ମିନିଟ୍ ଫୁଟାନ୍ତୁ। କ୍ଷୀର ବହଳିଆ ହେବାପରେ ସେଥିରେ ମିଲ୍କମେଡ, ସ୍ୱାଦ ଅନୁଯାୟୀ ଚିନି ପକାଇ ଗୋଳାନ୍ତୁ।
ଏହାପରେ ଭଜା କାଜୁ ,ପିସ୍ତାବାଦାମ, ଗୁଜୁରାତି ଗୁଣ୍ଡ ପକାଇ ଆଉ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ୍ ଫୁଟିବା ପରେ ଗଢ଼ି ରଖିଥିବା ଛେନା ବଲକୁ ସେଥିରେ ପକାଇ ହାଲକା ଆଞ୍ଚରେ କିଛି ସମୟ ବସାନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ମଲାଇ ଚପ୍।
The post ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଚପ୍ appeared first on Odisha Reporter.
from Odisha Reporter https://ift.tt/38HWzaW
No comments:
Post a Comment