କଟକ/ ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀରେ ଭାସିଗଲେ ହାତିପଲ। ଆଜି ସକାଳୁ ସକାଳୁ ଆଠଗଡ଼ ନିକଟ ମହାନଦୀରେ ଏପରି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଜି ଭୋରରୁ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା।
ଗୋଟିଏ ହାତୀ ମୁଣ୍ଡଳୀ ବ୍ରୀଜ ନିକଟରେ ଲାଖି ରହିଥିବା ବେଳେ ଆଉ ୭ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗଛନ୍ତି। ସେମାନଙ୍କ ମଧ୍ୟରୁ ପୁଣି ୨ଟି ହାତୀ ନଦୀ ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।
ମୁଣ୍ଡଳି ବ୍ରିଜରେ ଲାଗିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଓ ବନବିଭାଗ କର୍ମଚାରୀ ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି। ମାତ୍ର ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର।
ଏହାବାଦ ବ୍ୟାରେଜର ଆର ପଟେ ଆଉ କିଛି ହାତୀ ଲାଗି ରହିଥିବା ସୂଚନା ମିଳିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post ମହାନଦୀରେ ଫସିଛି ହାତୀ, ରେସକ୍ୟୁ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3o4j42D
No comments:
Post a Comment