ଶଶୁର ଘରେ ଜ୍ୱାଇଁକୁ ଭୁଜାଲି ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ଶଶୁର ଘରେ ଜ୍ୱାଇଁକୁ ଭୁଜାଲି ଚୋଟ

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର):  ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ ଘଟିଛି। ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଅନ୍ତର୍ଗତ ଧୁଡିଆପଢା ଗାଁରେ ବିବାହ କରିଥିଲେ।  ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ। ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ପାରିବାରିକ ସମସ୍ୟାର ସମାଧାନ ପାଇଁ ଭିଣୋଇ ପ୍ରେମାନନ୍ଦ ଶଶୁର ଘରକୁ ଯାଇଥିଲେ।

ପ୍ରେମାନନ୍ଦ ରାତିରେ ଘରେ ଶୋଇଥିବା ବେଳେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କବାଟ ବାଡ଼େଇଥିଲେ। ଘର ଲୋକ କବାଟ ଖୋଲିଲା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଘରୁ ଟାଣି ନେଇ ଭୁଜାଲିରେ ଆକ୍ରମଣ  କରିଥିଲେ। ପରେ ଭୁଜାଲି ଓ ବାଇକ୍ ଛାଡି ଚମ୍ପଟ ମାରିଥିଲେ।

ପ୍ରେମାନନ୍ଦଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୁଜାଲି ଓ ବାଇକ୍‌କୁ ଜବତ କରିଛି  ଓ ଘଟଣାର ତଦନ୍ତ କରୁଛି।

The post ଶଶୁର ଘରେ ଜ୍ୱାଇଁକୁ ଭୁଜାଲି ଚୋଟ appeared first on Odisha Reporter.



from Odisha Reporter https://ift.tt/3EMT0PH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages