ସହଯୋଗ ପାଇଁ ଧନ୍ୟବାଦ ଦେଲେ, କମଳାଙ୍କୁ ଭାରତ ଡାକିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ସହଯୋଗ ପାଇଁ ଧନ୍ୟବାଦ ଦେଲେ, କମଳାଙ୍କୁ ଭାରତ ଡାକିଲେ ମୋଦି

ୱାଶିଂଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ ହାଉସରେ ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିଛନ୍ତି। କରୋନାର ଦ୍ୱିତୀୟ ୱେଭ ସମୟରେ ଭାରତକୁ ଆମେରକା ସହଯୋଗର ହାତ ବଢ଼ାଇଥିବାରୁ ମୋଦି ଉପ ରାଷ୍ଟ୍ରପତି ହ୍ୟାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହ ସେ ହ୍ୟାରିସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହାବାଦ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଆଗକୁ ସୁସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଉଭୟ ନେତା ଏହି ବୈଠକ ପରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ହ୍ୟାରିସଙ୍କ ସହ ବୈଠକ ପରେ ମୋଦି କହିଛନ୍ତି, ଭାରତ ଓ ଆମେରିକା ନାଚ୍ୟୁରାଲ ପାର୍ଟନର। ଆମେ ସମାନ ମୂଲ୍ୟବୋଧ ଓ ଜିଓ ପଲଟିକାଲ ସ୍ୱାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇଥାଉ। ଭାରତ ଓ ଆମେରିକା କେବଳ ସବୁଠାରୁ ପୁରୁଣା ଓ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ନୁହନ୍ତି, ଉଭୟ ସବୁବେଳେ ସମାନ ନୀତିରେ କାର୍ଯ୍ୟ କରନ୍ତି। ଭାରତ ଓ ଆମେରିକା ମଧ୍ୟରେ ସୁସମ୍ପର୍କ ସମୟ ଅନୁସାରେ ବଢ଼ି ଚାଲିଛି।

ମୁଁ ନିଶ୍ଚିତ ଯେ ରାଷ୍ଟ୍ରପତି ବାଇଡେନ ଓ ଆପଣ(ହ୍ୟାରିସ)ଙ୍କ ସମୟରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଶୀର୍ଷରେ ପହଞ୍ଚିବ। ମୋଦି ଉପରାଷ୍ଟ୍ରପତି ହ୍ୟାରିସଙ୍କୁ ବିଶ୍ୱବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ ବର୍ଣ୍ଣନା କରି ତାଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି।

ହ୍ୟାରିସଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ମୋଦି କହିଛନ୍ତି, “ରାଷ୍ଟ୍ରପତି ବାଇଡେନ ଓ ଆପଣ ଶାସନ ଭାର ଗ୍ରହଣ କରିବା ବେଳେ ଆମ ପୃଥିବୀ ଗୋଟିଏ କଠିନ ସମୟର ସମ୍ମୁଖୀନ ହେଉଥିଲା। ଖୁବ କମ ସମୟରେ ଆପଣ ବହୁତ କିଛି ହାସଲ କରିଛନ୍ତି। ମହାମାରୀ କରୋନା ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ଓ କ୍ୱାଡ ଦିଗରରେ ଆପଣ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ।

ଆପଣ ଉପ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଆମେ ଆପଣଙ୍କ ସହ କଥା ହେବାକୁ ସୁଯୋଗ ପାଇଥିଲୁ। ଭାରତ ଯେତେବେଳେ ମହାମାରୀର ସବୁଠାରୁ ସାଂଘାତିକ ସ୍ଥିତିରେ ରହିଥିଲା ସେତେବେଳେ ଆମେ ପରସ୍ପର ସହ ଫୋନରେ କଥା ହୋଇଥିଲେ। ସେତେବେଳେ ଆପଣ ମୋତେ କହିଥିବା କଥା ଏବେ ବି ମୋର ମନେ ଅଛି।

ଆମେରିକା ସରକାର, ଏଠାରେ ଥିବା କମ୍ପାନୀ ଓ ପ୍ରବାସୀ ଭାରତୀୟମାନେ ମହାମାରୀ କରୋନା ସମୟରେ ଆମକୁ ଅନେକ ସହଯୋଗ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏଠାରେ ରହୁଥିବା ୪୦ ଲକ୍ଷ ପ୍ରବାସୀ ଭାରତୀୟ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ବ୍ରିଜ ଭାବେ କାମ କରୁଛନ୍ତି।”


ଭାରତ ହେଉଛି ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଓ ଟିକା ସପ୍ଲାଏ ଭାରତ ଆରମ୍ଭ କରିବାକୁ ଘୋଷଣା କରିଥିବାରୁ ହ୍ୟାରିସ ନୂଆଦିଲ୍ଲୀକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ଏବେ ପ୍ରତିଦିନ ପ୍ରାୟ ୧ କୋଟି ଲୋକଙ୍କୁ ନିଜ ଦେଶରେ ଟିକା ଦେଉଛି। ଏହା ଏକ ଭଲ ପଦକ୍ଷେପ।

ମହାମାରୀ କରୋନା ସମୟରେ ଆମେ ଏକାଠି କାମ କରିଛୁ। ପୂର୍ବ ମହାମାରୀ ଗୁଡ଼ିକରେ ଭାରତ ସମସ୍ତଙ୍କୁ ଟିକା ଦେଇଥିଲା। ଏବେ ବି ଭାରତ ଟିକା ସପ୍ଲାଏ କରୁଛି। ଭାରତରେ ଯେତେବେଳେ ସଂକ୍ରମଣ ବଢ଼ିଥିଲା ସେତେବଳେ ଆମେରିକା କିଛି ସହଯୋଗ କରିଥିବାରୁ ନିଜକୁ ଗର୍ବିତ ଅନୁଭବ କରେ।

ମୁଁ ଜାଣିଛି ଭାରତ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରସଙ୍ଗକୁ ବେଶ ଗୁରୁତ୍ୱର ସହ ନେଇଛି। ଭାରତ ଓ ଆମେରିକା ଏକାଠି କାମ କଲେ ଏହାର ଭଲ ପ୍ରଭାବ କେବଳ ଦୁଇ ଦେଶର ନାଗରିକଙ୍କ ଉପରେ ପଡ଼ିବ ନାହିଁ ବରଂ ପୂରା ବିଶ୍ୱ ଲାଭବାନ ହେବ ବୋଲି ସେ କହିଛନ୍ତି।

The post ସହଯୋଗ ପାଇଁ ଧନ୍ୟବାଦ ଦେଲେ, କମଳାଙ୍କୁ ଭାରତ ଡାକିଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3lUjiqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages