ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଶୋଇଥିବା ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଆଲୁରି ଗାଁରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ କୁମାରୀ ଶୁଣ୍ଢି। ତାଙ୍କୁ ୨୯ ବର୍ଷ ହୋଇଥିଲା।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଟିକେଶ୍ୱରଙ୍କ ସ୍ତ୍ରୀ କୁମାରୀ  ଓ ତାଙ୍କ ସାନ ଶାଳୀ ଲକ୍ଷ୍ମୀ ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ସମୟରେ କେହି ଦୁର୍ବୃତ୍ତ କୁମାରୀଙ୍କ ବେକକୁ ଛୁରୀରେ କାଟି ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ କୁମାରୀଙ୍କୁ  ଉଦ୍ଧାର କରାଯାଇ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ମୃତ ମହିଳାଙ୍କ ସ୍ୱାମୀ ଟିକେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ଖମାର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଟିକେଶ୍ୱର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରନ୍ତି।


 

The post ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ appeared first on Odisha Reporter.



from Odisha Reporter https://ift.tt/39FKNP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages