କଂଗ୍ରେସରେ ମିଶିବେ କହ୍ନେୟା, ତା’ପୂର୍ବରୁ ସିପିଆଇ ଅଫିସ୍‌ରୁ ଖୋଲି ନେଲେ ଏସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

କଂଗ୍ରେସରେ ମିଶିବେ କହ୍ନେୟା, ତା’ପୂର୍ବରୁ ସିପିଆଇ ଅଫିସ୍‌ରୁ ଖୋଲି ନେଲେ ଏସି

ନୂଆଦିଲ୍ଲୀ: କହ୍ନେୟା କୁମାର ଆଜି କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି। ତେବେ ତା’ପୂର୍ବରୁ ସେ ବିହାରର ରାଜଧାନୀ ପାଟନାରେ ସିପିଆଇ ରାଜ୍ୟ ଶାଖା କାର୍ଯ୍ୟାଳୟରେ ଲଗାଇଥିବା ଏସିକୁ ଖୋଲି ନେଇ ଯାଇଛନ୍ତି। ସିପିଆଇର ବିହାର ଶାଖାର ସଂପାଦକ ରାମ ନରେଶ ପାଣ୍ଡେ ଏହି କଥା କହିଛନ୍ତି।

ସେ କହିଛନ୍ତି, କିଛି ଦିନ ତଳେ କହ୍ନେୟା କୁମାର ଏସି ଖୋଲି ନେଇ ଯାଇଥିଲେ। ମୁଁ ବି ଏଥିପାଇଁ ଅନୁମତି ଦେଇଥିଲି। କାରଣ ସେ ନିଜ ଅର୍ଥରେ ଏହି ଏସି ଲଗାଇଥିଲେ।

ଶ୍ରୀ ପାଣ୍ଡେ କହିଛନ୍ତି, କହ୍ନେୟା କଂଗ୍ରେସରେ ଯୋଗ ଦେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରୁ ଓହରି ଆସିଲେ ଭଲ ହୁଅନ୍ତା। ସେପ୍ଟେମ୍ବର ୪ ଓ ୫ ତାରିଖରେ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ  ବୈଠକରେ ସେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ସେ ଦଳ ଛାଡ଼ିବା ନେଇ କିଛି ଆଭାସ ଦେଇ ନଥିଲେ। ତା’ସହିତ ଦଳୀୟ ନେତୃବୃନ୍ଦଙ୍କ ନିକଟରେ ପଦପଦବୀ ବା ଅନ୍ୟ କୌଣସି ଦାବି ଉପସ୍ଥାପନ କରି ନଥିଲେ।

କହ୍ନେୟା କୁମାରଙ୍କ ସହିତ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ଆଜି କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

The post କଂଗ୍ରେସରେ ମିଶିବେ କହ୍ନେୟା, ତା’ପୂର୍ବରୁ ସିପିଆଇ ଅଫିସ୍‌ରୁ ଖୋଲି ନେଲେ ଏସି appeared first on Odisha Reporter.



from Odisha Reporter https://ift.tt/3EYacSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages