ଅନ୍ଧାରରେ ଚୀନ୍‌! ପାଣି ଗରମ କରିବା ବି ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ଅନ୍ଧାରରେ ଚୀନ୍‌! ପାଣି ଗରମ କରିବା ବି ମନା

ବେଜିଂ: ଅନ୍ଧାରରେ ଡ୍ରାଗନ। ଚୀନ୍‌ରେ ଦେଖାଦେଇଛି ଭୟଙ୍କର ବିଦ୍ୟୁତ ସଙ୍କଟ। ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ ଆରମ୍ଭ ହୋଇଥିବା ବିଜୁଳି ସଙ୍କଟ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଡ଼ ବଡ଼ ସହରରେ ବିଜୁଳି ଅପଚୟ ରୋକିବା ପାଇଁ ପାୱାର କଟ୍ କରାଯାଉଛି । ଫଳସ୍ୱରୂପ କାରଖାନା, ମଲ୍, ଦୋକାନ ସବୁ ବନ୍ଦ କରିବାକୁ ପଡ଼ୁଛି। ଏପରିକି ପାଣି ଗରମ କରିବାକୁ ବି ସେଠି ବାରଣ କରାଯାଇଛି। ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୋଇଲା ଯୋଗାଣରେ ସମସ୍ୟା ହେତୁ ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ କିଛି ଦିନ ହେବ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଚୀନରେ ଉତ୍ପାଦନକାରୀଙ୍କ ଚାହିଦା ବୃଦ୍ଧି ମଧ୍ୟରେ କୋଇଲା ଯୋଗାଣ ପ୍ରଭାବିତ ହୋଇଛି । ଫଳରେ କୋଇଲା ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି, ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି। ଏହି କାରଣରୁ ଆପଲ୍, ଟେସଲା ଭଳି କମ୍ପାନୀର କାରଖାନା ମଧ୍ୟ ବନ୍ଦ ହେବା ଉପରେ ରହିଛି।

ଗତ ସପ୍ତାହରେ ଚାଙ୍ଗଚୁନ୍ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ। ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି। ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି।

ବିଜୁଳି ସଙ୍କଟ ପାଇଁ ଚୀନର ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। କାରଖାନାଗୁଡ଼ିକ ଆବଶ୍ୟକ ବିଦ୍ୟୁତ୍ ପାଇପାରୁ ନାହାଁନ୍ତି। ସେପଟେ ଶୀତଦିନେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

ତେବେ ବିଜୁଳି ବଞ୍ଚାଇବା ପାଇଁ ଲୋକଙ୍କ ସହଯୋଗ ନିବେଦନ କରିଛନ୍ତି ଚୀନ୍ ସରକାର। ଅଯଥା ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଲୋକଙ୍କୁ ପାଣି ମଧ୍ୟ ଗରମ ନକରିବା ପାଇଁ କୁହାଯାଇଛି।

The post ଅନ୍ଧାରରେ ଚୀନ୍‌! ପାଣି ଗରମ କରିବା ବି ମନା appeared first on Odisha Reporter.



from Odisha Reporter https://ift.tt/2WgTHiI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages