ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ

ନବରଙ୍ଗପୁର(ନବଘନ ବିଶୋୟୀ):- ନାବାଳିକା ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ଅଭିଯୁକ୍ତ । ରାସ୍ତାରୁ କଣ୍ଟା ସଫା କରିବା ପାଇଁ ନାବାଳିକାର ମା’କୁ ଟେକା ମାରିଲା । ମା’ ଅଚେତ ହୋଇ ପଡ଼ିଯିବା ପରେ ନାବାଳିକା ଝିଅକୁ ଟେକି ନେଇ ଦୁଷ୍କର୍ମ କଲା । ଏପରିକି ବାହାରେ ପ୍ରଘଟ କଲେ ମାରିଦେବାକୁ ଧମକ ମଧ୍ୟ ଦେଲା। ଏହାସତ୍ତ୍ୱେ ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ହର୍ମିମୁଣ୍ଡାର ତୁଲାରାମ ମାଝୀକୁ ଗିରଫ କରିଛି।  ଅଭିଯୁକ୍ତ ମାଡ଼ରେ ଗୁରୁତର ହୋଇ ପଡ଼ିଥିବା ନାବାଳିକାଙ୍କ ମା’ ଏବେ ମରଣ ସହ ସଂଘର୍ଷ କରୁଛନ୍ତି। ନବରଙ୍ଗପୁରରେ ଆସିଲା ଏପରି ଏକ  ଚାଞ୍ଚଲ୍ୟକର ଘଟଣା l

ସୂଚନା ଅନୁଯାୟୀ,  ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ମହିଳାଜଣକ ନିଜ ୧୫ ବର୍ଷୀୟା ନାବାଳିକା ଝିଅ ସହ ଗତ ୩ ତାରିଖରେ ସକାଳୁ ନିଜ ଜମିକୁ କାମ କରିବାକୁ ଯାଇଥିଲେ। ଜମି କାମ ସାରି ଉଭୟ ମା’ ଏବଂ ଝିଅ ସନ୍ଧ୍ୟାରେ ଘରକୁ ଫେରୁଥିଲେ।

ଏହି ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ହର୍ମିମୁଣ୍ଡାର ତୁଲାରାମ ମାଝୀ ହାତରେ କିଛି ପଥର ଧରି ଉଭୟ ମା’ ଓ ଝିଅଙ୍କ ଫେରିବା ବାଟକୁ ଚାହିଁ ବସିଥିଲା। ସନ୍ଧ୍ୟା ସମୟରେ ସେମାନେ ଜମିରୁ ଫେରିବା ବାଟରେ ଅଭିଯୁକ୍ତ ପ୍ରଥମେ ମା’ ମୁଣ୍ଡକୁ ପଥର  ମାରି ରକ୍ତାକ୍ତ କରିଥିଲା। ମା’  ଅଚେତ ହୋଇ ତଳେ ପଡିଯିବା ପରେ ନାବାଳିକା ଝିଅର ହାତଗୋଡ଼ ବାନ୍ଧି ମକା କ୍ଷେତ ଭିତରକୁ ଟାଣି ନେଇଥିଲା ତୁଲାରାମ । ସେଠାରେ ସେ ନାବାଳିକାକୁ ଦୁଷ୍କର୍ମ କରି  ଛାଡି ଚାଲିଯାଇଥିଲା ବୋଲି ପୀଡିତା ବୟାନ କରିଛନ୍ତି।

ଗ୍ରାମବାସୀ ରକ୍ତାକ୍ତ ଅବସ୍ଥାରେ ମା’ଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକାନ୍ଦିକାନ୍ଦି ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲା। ଝିଅଙ୍କ ବାପା ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ତୁଲାରାମକୁ ପୂଜାରୀଗୁଡାଗ୍ରାମ ନିକଟରୁ ଗିରଫ କରିଛି ପୁଲିସ। ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ କ୍ରିଏଟ କରିଛି।

ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ନଚେତ ଅଭିଯୁକ୍ତ ବାହାରକୁ ବାହାରି ପୁଣି ଅନ୍ୟ ଝିଅର ଜୀବନ ନଷ୍ଟ କରିଦେବ ବୋଲି ସେମାନେ ଶଙ୍କା ପ୍ରକଟ କରିଛନ୍ତି। ତଦନ୍ତ ଜାରି ରହିଥିବାରୁ ଏସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

The post ମା’କୁ ପଥର ମାଡ଼ କରି ଝିଅକୁ ଟେକି ନେଲା ଅଭିଯୁକ୍ତ appeared first on Odisha Reporter.



from Odisha Reporter https://ift.tt/3nejS4y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages