ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ଆସନ୍ନ ମରୁଡ଼ି ଆଶଙ୍କା କରି ବର୍ଷା ପାଇଁ ଇନ୍ଦ୍ର ପୂଜା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳ। ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକର ଠାକୁରପଡ଼ା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ହେମାନନ୍ଦ ବିଶ୍ୱାଳ ଏହି ପୂଜାର ଆୟୋଜନ କରିଥିଲେ। ସେ ତାଙ୍କ ପତ୍ନୀ ଓ ଭାଇଙ୍କ ସହ ଏହି ପୂଜା କରିଥିବା ବେଳେ ଗାଁ ଲୋକେ ଏଥିରେ ସାମିଲ ହୋଇଥିଲେ। ଶ୍ରୀ ବିଶ୍ୱାଳ କହିଛନ୍ତି, ବର୍ଷା ନହେଲେ ଇନ୍ଦ୍ର ଦେବତାଙ୍କୁ ପୂଜା କରିବା କିଛି ନୂଆ ନୁହେଁ। ଏହା ବହୁତ ପୁରୁଣା ପରମ୍ପରା। ଏହା ଏକ ଆଧ୍ୟାତ୍ମିକ ବିଶ୍ୱାସ। ଅନେକ ଗାଁରେ ଏହି ପୂଜା ହେଉଛି। ଆମ ଗାଁରେ ବି ଚଳିତ ବର୍ଷ ହୋଇଛି।

ସେ ଆହୁରି କହିଛନ୍ତି, ବିଶେଷ କରି ଅଗଷ୍ଟ ମାସରେ ଯଦି କମ୍ ବର୍ଷା ହେଲା, ତା’ହେଲେ ଏହା ମରୁଡ଼ି ପରିସ୍ଥିତି ଉପୁଜିବାର ଏକ ପୂର୍ବାଭାସ। ୧୯୬୫ ମସିହାରେ ୭ ବର୍ଷର ସ୍ଥିତିକୁ ଅନୁଧ୍ୟାନ କରି ଏକ ରିପୋର୍ଟ ବାହାରିଥିଲା। ଏଥିରେ କୁହାଯାଇଥିଲା ଯେ ଯେବେ ବି ଅଗଷ୍ଟ ମାସରେ ବର୍ଷା କମ୍ ହୋଇଛି, ସେ ବର୍ଷ ମରୁଡ଼ି ହୋଇଛି। ମୁଁ ବି ସେ ସମୟରୁ ଦେଖି ଆସୁଛି ଯେ ଯେଉଁ ବର୍ଷ ଅଗଷ୍ଟ ମାସରେ ବର୍ଷା କମ୍ ହେଉଛି, ସେହି ବର୍ଷ ମରୁଡ଼ି ହେଉଛି।

ଶ୍ରୀ ବିଶ୍ୱାଳ କହିଛନ୍ତି, ଅଗଷ୍ଟ ମାସର ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଏବଠୁ ମରୁଡ଼ି ଘୋଷଣା କରି ଦେବା ଉଚିତ୍। ଏଥିରେ କିଛି ବାଧା ନାହିଁ। ତା’ସହିତ ଲୋକଙ୍କୁ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା ପାଇଁ ସରକାର ଆଗଭର ହେବା ଉଚିତ୍।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ବହୁତ କମ୍ ବର୍ଷା ହୋଇଛି। ତେଣୁ ରାଜ୍ୟର ବହୁ ଅଞ୍ଚଳରେ ମରୁଡ଼ି ସ୍ଥିତି ଦେଖାଯାଇଛି। ଏମିତିକି ନିଶ୍ଚିତ ମରୁଡ଼ି ଆଶଙ୍କାରେ ଋଣ କେମିତି ପରିଷୋଧ କରିବେ ସେହି ଚିନ୍ତାରେ ୨ ଜଣ ଚାଷୀ ଆତ୍ମହତ୍ୟା କରିଥିବା ନେଇ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଭିଯୋଗ ଆସିଛି।

The post ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3BO59Bo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages