‘ନିପାହ’ ଭାଇରସ ଆତଙ୍କ, ଆଉ ୨ ସଂକ୍ରମିତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

‘ନିପାହ’ ଭାଇରସ ଆତଙ୍କ, ଆଉ ୨ ସଂକ୍ରମିତ ଚିହ୍ନଟ

ଥିରୁବନ୍ତପୁରମ୍‌: ମାହାମାରୀ କରୋନା ପରେ ଧୀରେ ଧୀରେ କାୟା ବିସ୍ତାର କରୁଛି ନିପାହ ଭାଇରସ। ସୃଷ୍ଟି କରିଛି ଆତଙ୍କ। କେରଳରେ ନିପାହ ଭାଇସରେ ୧୨ ବର୍ଷୀୟ ବାଳକର ମୃତ୍ୟୁ ପରେ ଏବେ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏହି ୨ ଜଣ ସଂକ୍ରମିତ ମୃତ ନାବାଳକ ସହ ସମ୍ପର୍କରେ ଆସିଥିବା ଜଣାପଡ଼ିଛି।

ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ୧୮୮ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୨୦ ଜଣଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି। ଏଣୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୨୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଠାରେ ନିପାହ ଭାଇରସ ଭୂତାଣୁ ଚିହ୍ନଟ ହୋଇଛି। ଏଥିସହ ଅନ୍ୟ ୧୬୮ ଜଣଙ୍କୁ ହୋମ୍‌ ଆଇସୋଲେସନରେ ରଖାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଚିହ୍ନଟ ହୋଇଥିବା ୨ ଜଣ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ। ଜଣେ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ କୋଝିକୋଡ ମେଡିକାଲ୍‌ କଲେଜ ହସ୍ପିଟାଲରେ ଷ୍ଟାଫ୍‌ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି।’

ମୃତ ଶିଶୁର ଘର ଥିବା ଅଞ୍ଚଳରୁ ତିନି କିଲୋମିଟର ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଥିସହ ପୂର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ମୃତ ନାବାଳକ ଜଣକ କୋଝିକୋଡ଼ ଜିଲ୍ଲା ଚୁଲୁର ଗାଁର। ଜ୍ୱର ଲାଗି ରହିବାରୁ ସେପଟେମ୍ବର ୧ରେ ତାଙ୍କୁ କୋଝିକୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିରୁ ଆସିଥିବା ରିପୋର୍ଟରେ ସେ ନିପାହ ଭାଇରସରେ ସଂକ୍ରମିତ ଥିବା ଜଣାପଡିଥିଲା। ନାବାଳକର ପ୍ଲାଜମା, CSF ଓ ସେରମରେ ନିପାହ ଭୂତାଣୁ ଠାବ ହୋଇଥିଲା। ସୂଚନାଥାଉ କି, ୨୦୧୮ ରେ କେରଳରେ ନିପାହ ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।

The post ‘ନିପାହ’ ଭାଇରସ ଆତଙ୍କ, ଆଉ ୨ ସଂକ୍ରମିତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3zNkjqg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages