ଉଦଳା (ଓଡ଼ିଶା ରିପୋର୍ଟର): ବଗିଚାକୁ କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ଜଣେ ମହିଳା। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଗାଁରେ। ଉକ୍ତ ମହିଳା ଜଣଙ୍କ ହେଲେ ସାବିତ୍ରୀ ବିଶ୍ୱାଳ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସାବିତ୍ରୀ ବଗିଚାକୁ କାମ କରିବା ପାଇଁ ଯାଇଥିଲେ। ତେବେ ବଗିଚା ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳରେ ଭାସି ଯାଇଥିଲେ। ପରିବାର ଲୋକେ ଏ ନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାବିତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ।
ଗତ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ମୟୂରଭଞ୍ଜ ଜିଲ୍ଲା। ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଯୋଗୁ ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟା ଜଳ ଲୋକଙ୍କ ଘରେ ପଶିବା ସହ ଅନେକ ପରିବାର ଏବେବି ପାଣି ଘେରରେ ରହିଛନ୍ତି।
The post କାମ କରିବାକୁ ଯାଇଥିବା ବେଳେ ଭାସିଗଲେ ମହିଳା appeared first on Odisha Reporter.
from Odisha Reporter https://ift.tt/39hYTWl
No comments:
Post a Comment