ଇଂଲଣ୍ଡର ଲିଡ୍‌ ପରେ ଭଲ ଷ୍ଟାର୍ଟ ଦେଲେ ରୋହିତ ଓ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଇଂଲଣ୍ଡର ଲିଡ୍‌ ପରେ ଭଲ ଷ୍ଟାର୍ଟ ଦେଲେ ରୋହିତ ଓ ରାହୁଲ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ରୋହିତ ଶର୍ମା ଓ କେଏଲ ରାହୁଲ। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୯୯ ରନ୍‌ର ଲିଡ୍‌ ହାସଲ କରିବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି। ପ୍ରଥମ ଇନିଂସ୍‌ରେ ମାତ୍ର ୧୯୧ କରିଥିବା ବିରାଟ ବାହିନୀ ଦ୍ୱିତୀୟ ଦିବସ ଖେଳ ଶେଷ ହେବା ବେଳକୁ ବିନା ୱିକେଟରେ ୪୩ ରନ୍‌ କରିଛି।

ଏବେ ବି ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୫୬ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୨୦ ଓ କେଏଲ ରାହୁଲ ୨୨ ରନ୍‌ କରି ଅପରାଜିତ ରହିଛନ୍ତି। ଆଜି ୪ର୍ଥ ଟେଷ୍ଟର ତୃତୀୟ ଦିନ। ତେଣୁ ମ୍ୟାଚ୍‌ରେ ନିଜ ସ୍ଥିତିକୁ ମଜବୁତ କରିବାକୁ ହେଲେ ଭାରତକୁ ଦମଦାର ବ୍ୟାଟିଂ କରିବାକୁ ପଡ଼ିବ। ସବୁ କିଛି ଆଜିର ଷ୍ଟାର୍ଟ ଉପରେ ସବୁ କିଛି ନିର୍ଭର କରୁଛି।

ପ୍ରଥମ ଦିନର ସ୍କୋର ୫୩/୩ରୁ ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିଲା। ସଅଳ ଝଟକା ସତ୍ତ୍ୱେ ୬ଷ୍ଠ ୱିକେଟ ପାଇଁ ଓଲି ପପ୍‌ ଓ ଜନ୍ନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଏହାପରେ ମୋଇନ ଅଲୀ ଓ ପପ୍‌ ମଧ୍ୟ ୭୦ରୁ ଅଧିକ ରନ୍‌ ଦଳୀୟ ଖାତାରେ ଯୋଡ଼ିଥିଲେ।

ବିଶେଷ କରି ଦ୍ୱିତୀୟ ଦିନରେ ନିଜର ହୋମ ଗ୍ରାଉଣ୍ଡ ଦି ଓଭାଲରେ ଓଲି ପପ୍‌ ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ପ୍ରଥମେ ବେୟାରଷ୍ଟୋ(୩୭) ଓ ପରେ ମୋଇନ ଅଲୀ(୩୫) ଭାରପୂର ସହଯୋଗ କରିଥିଲେ। ଶେଷ ଭାଗରେ ସିରିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କ୍ରିସ ୱକ୍ସ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ସେ ଶେଷ ୱିକେଟ ପାଇଁ ଜେମ୍ସ ଆଣ୍ଡରସନଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ୩୫ ରନ୍‌ ଯୋଡ଼ିଥିଲେ। ଏକଦା ୬୨ରେ ୫ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡ ଅଲଆଉଟ ହେବା ବେଳକୁ ୨୯୦ ରନ୍ କରି ନେଇଥିଲା। ଏଥିସହ ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ ସ୍କୋର ତୁଳନାରେ ୯୯ ରନ୍‌ର ଲିଡ୍ ହାସଲ କରିଥିଲା।

ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏ ସଫଳତା ପାଇଛନ୍ତି। ଠାକୁର ଓ ସିରାଜ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। ଇଂଲଣ୍ଡ ୨୯୦ ରନରେ ଅଲଆଉଟ ହେବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଗତକାଲି ୧୬ ଓଭର ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ବିନା ୱିକେଟରେ ୪୩ ରନ୍‌ କରିବାକୁ ସକ୍ଷମ ହୋଇଛି।

The post ଇଂଲଣ୍ଡର ଲିଡ୍‌ ପରେ ଭଲ ଷ୍ଟାର୍ଟ ଦେଲେ ରୋହିତ ଓ ରାହୁଲ appeared first on Odisha Reporter.



from Odisha Reporter https://ift.tt/3zLwzaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages