ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟାରେ ଲଢ଼େଇ କରିବେ। ଯଦି ବି ସେ ହାରିବେ, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ।
ଆଜିର ସେମିଫାଇନାଲ ମ୍ୟାଚ୍ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍କୁ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍ରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍କୁ ୨୧-୧୧ରେ ଜିତିଥିବା ପ୍ରମୋଦ ଦ୍ୱିତୀୟ ସେଟ୍ରେ ମଧ୍ୟ ନିଜର ଜଲୱା ଦେଖାଇଥିଲେ। ଫୁଜିହାରା କମବ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ହେଁ ଓଡ଼ିଆ ପୁଅ ପ୍ରମୋଦ ଏହା କରିବାକୁ ଦେଇ ନଥିଲେ।
ଏହି ସେଟ୍କୁ ୨୧-୧୬ରେ ଜିତି ପ୍ରମୋଦ ସ୍ୱର୍ଣ୍ଣ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଯାଏ କୌଣସି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ତେଣୁ ଓଡ଼ିଆ ପୁଅ ପ୍ରମୋଦଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।
ପ୍ରମୋଦ ପୁରୁଷ ଏକକ ବର୍ଗରେ ଫାଇନାଲରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ସେମିରେ ଯଦି ସେ ଜିତିବେ, ତା’ହେଲେ ଉକ୍ତ ଇଭେଣ୍ଟରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ପାଇବେ।
ଅନ୍ୟପକ୍ଷରେ ପ୍ରମୋଦ ଫାଇନାଲରେ ପ୍ରବେଶ କରିବା କ୍ଷଣି ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି। ଏଯାଏ ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିଛି।
The post ଭାରତ ପାଇଁ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ, ଏବେ ସୁନା ପାଇଁ ଖେଳିବେ appeared first on Odisha Reporter.
from Odisha Reporter https://ift.tt/38CGHqe
No comments:
Post a Comment