‘ଭାଙ୍ଗିଗଲା ‘ସିଦନାଜ’ ଯୋଡ଼ି, ମୁଁ ଏବେ କେମିତି ବଞ୍ଚିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

‘ଭାଙ୍ଗିଗଲା ‘ସିଦନାଜ’ ଯୋଡ଼ି, ମୁଁ ଏବେ କେମିତି ବଞ୍ଚିବି’

ମୁମ୍ବାଇ: ‘ଭାଙ୍ଗିଗଲା ‘ସିଦନାଜ’ ଯୋଡ଼ି । ମୁଁ ଏବେ କେମିତି ବଞ୍ଚିବି।’  ଗତକାଲି ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ଏହାକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଶେହନାଜ ଗିଲ୍‌ କହିଛନ୍ତି। ସବୁବେଳେ ହସ ହସ ମୁହଁରେ ରହୁଥିବା ଶେହନାଜଙ୍କର କିନ୍ତୁ ଏହି ଘଟଣା ପରଠୁ ଆଖିରୁ ଲୁହ ଶୁଖୁନି।

ଗତକାଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର ହେବ । ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର ଓଶିବାରା ଶ୍ମଶାନରେ ପହଞ୍ଚି  ସାରିଥିଲା ବେଳେ ଆଉ କିଛି ସମୟ ପରେ ପଞ୍ଚଭୂତରେ ଲୀନ ହୋଇଯିବେ ।

ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସେଲିବ୍ରିଟି ଓଶିବାରା ଶ୍ମଶାନରେ ପହଞ୍ଚି  ସାରିଥିବା ବେଳେ ତାଙ୍କ ଖୁବ୍‌ ନିକଟତର ଥିବା ସେହନାଜ ଗିଲ୍‌ ବି ପହଞ୍ଚି ଯାଇଛନ୍ତି। ଉଭୟ ନିଜ ସମ୍ପର୍କକୁ କେବେ ସ୍ୱୀକାର କରି ନ ଥିବା ବେଳେ କିନ୍ତୁ ପରସ୍ପରର ନିକଟତର ଥିଲେ ଏହି ବିଗ ବସ୍‌ ଯୋଡ଼ି।  ସିଦ୍ଧାର୍ଥଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସେହନାଜ ଏବେ କିପରି ବଞ୍ଚିବ ବୋଲି କହୁଥିବା କହିଛନ୍ତି ତାଙ୍କ ବାପା। ଶ୍ମଶାନ ନିକଟରେ ହେଉଥିବା ଭିଡକୁ ଦେଖି ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

sidharth shukla & sehnaj gill

ଗତକାଲି ସୁଟିଂ ସେଟ୍‌ରେ ଥିବା ଶେହନାଜ୍ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡ଼ି ଚାଲି ଯାଇଥିଲେ। ସିଦ୍ଧାର୍ଥଙ୍କ ସହ ଶେହନାଜଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି। ଏପିରିକି ଦୁହେଁ ପରସ୍ପରକୁ ଭଲ ପାଉଥିବା ମଧ୍ୟ ଗୁଜବ ଉଠେ। କିନ୍ତୁ ଏପର୍ଯ୍ୟନ୍ତ କେହିକି ଖୁଲମଖୁଲା ନିଜ ସମ୍ପର୍କର ଖୁଲାସା କରିନଥିଲେ।

ବିଗ୍ ବସ୍-୧୩ରେ ସିଦ୍ଧାର୍ଥ ଓ ଗିଲ୍ ପରସ୍ପର ନିକଟତର ହୋଇଥିଲେ। ସେମାନଙ୍କର ବନ୍ଧୁତା ଶୋ’ ଶେଷ ହେବା ପରେ ମଧ୍ୟ ବଳବତ୍ତର ରହିଥିଲା। ଏହି ଯୋଡ଼ି ସୋଶାଲ ମିଡିଆରେ ସବୁଠାରୁ ପସନ୍ଦର ଯୋଡ଼ି ଆଖ୍ୟା ପାଇଥିଲେ। ଉଭୟଙ୍କ ଫ୍ୟାନ୍ ସୋଶାଲ ମିଡିଆରେ ସିଦନାଜର ଟ୍ରେଣ୍ଡ ଚଳାଇଥିଲେ।

sidharth shukla & sehnaj gill

ନିକଟରେ ଶେହନାଜ ଓ ସିଦ୍ଧାର୍ଥ ବିଗ୍ ବସ୍ ଓଟିଟିରେ ଅତିଥି ଭାବେ ନଜର ଆସିଥିଲେ। ଏହାବ୍ୟତୀତ ଏହି ଯୋଡ଼ିଙ୍କୁ ‘ଡ୍ୟାନ୍ସ ଦିୱାନେ’ ସେଟରେ ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ବିଗ୍ ବସ୍ ପରେ ସିଦ୍ଧାର୍ଥଙ୍କ ଲାଇଫ୍ ଷ୍ଟାଇଲ୍ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ତାଙ୍କୁ କିଛି ବଡ଼ ବଡ଼ ପ୍ରୋଜେକ୍ଟ ମଧ୍ୟ ଅଫର୍ କରାଯାଇଥିଲା।

The post ‘ଭାଙ୍ଗିଗଲା ‘ସିଦନାଜ’ ଯୋଡ଼ି, ମୁଁ ଏବେ କେମିତି ବଞ୍ଚିବି’ appeared first on Odisha Reporter.



from Odisha Reporter https://ift.tt/2VbHuvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages