ଆଳି (ବନମାଳୀ ସାହୁ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଡୁର ଭୁଜାଲି ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ତରାସ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତରାସ ଗାଁର ଗଣେଶ ଚନ୍ଦ୍ର ସାମଲ। ତାଙ୍କୁ ୪୦ ବର୍ଷ ହୋଇଥିଲା। ପୁଲିସ ଅଭିଯୁକ୍ତ ସୁରେନ୍ଦ୍ର ବସନ୍ତିଆଙ୍କୁ ଅଟକ ରଖିଛି। ଗଣେଶ ଓ ସୁରେନ୍ଦ୍ର ସମ୍ପର୍କରେ ଦୁଇ ସଢ଼ୁ ହେବେ।
ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ଗଣେଶଙ୍କୁ ମାରିବାକୁ ପୂର୍ବରୁ ଯୋଜନା କରିଥିଲେ। ସେଥିପାଇଁ ଗତକାଲି ରାତିରେ ତାଙ୍କ ଘର ନିକଟରେ ଲୁଚି ରହିଥିଲେ। ଆଜି ଭୋର ସମୟରେ ଗଣେଶ ବାହାରକୁ ଉଠିଥିବା ବେଳେ ତାଙ୍କୁ ସୁରେନ୍ଦ୍ର ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗଣେଶଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଓ ତାଙ୍କ ମା’ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏହାଦେଖି ସୁରେନ୍ଦ୍ର ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ଗାଁ ଲୋକେ ସୁରେନ୍ଦ୍ରଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି। ଗଣେଶ ଓ ତାଙ୍କ ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ଓ ଘଟଣାର ତଦନ୍ତ କରୁଛି।
The post ସଢୁର ଭୁଜାଲି ଚୋଟରେ ସଢୁ ମୃତ appeared first on Odisha Reporter.
from Odisha Reporter https://ift.tt/2YsoQ3H
No comments:
Post a Comment