ଜେଲ୍‌ରେ ଅକଥନୀୟ ନିର୍ଯାତନାକୁ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

ଜେଲ୍‌ରେ ଅକଥନୀୟ ନିର୍ଯାତନାକୁ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ

ସୋର (ନିରଞ୍ଜନ ବେହେରା): ଜେଲ୍ ଭିତରେ କଏଦୀମାନଙ୍କୁ  ଅକଥନୀୟ ନିର୍ଯାତନା ସାଙ୍ଗକୁ ମିଳୁଛି ନିମ୍ନମାନର ଖାଦ୍ୟ। ଏପରିକି ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲରୁ। ଜେଲ୍ ଭିତରେ ଭିଡିଓ କରି ଜଣେ କଏଦୀ ଏହି ଘଟଣାକୁ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି।

ଭିଡ଼ିଓରେ ଦେହରେ ଥିବା ମାଡ଼ ଚିହ୍ନ ଦେଖାଇବା ସହ କେମିତି ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା ବଖାଣିଛନ୍ତି କଏଦୀ ଜଣକ।  କିଛିଦିନ ପୂର୍ବରୁ ଏହି ଜେଲ୍‌ରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିଲା।ସଂପୃକ୍ତ କଏଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଭାଇରାଲ୍ ଭିଡିଓରେ ଅଭିଯୋଗ କରାଯାଇଛି।  ତେବେ ସମସ୍ତ ଅଭିଯୋଗକୁ ସୋର ସବଜେଲ ଜେଲର  ପ୍ରିୟମ୍ବଦା ପଣ୍ଡା ଖଣ୍ଡନ କରିଛନ୍ତି।

ସେ କହିଛନ୍ତି,“  ସରକାରୀ ନିୟମ ଅନୁସାରେ ଜେଲରେ କଏଦୀମାନଙ୍କୁ ଖାଇବାକୁ ଠିକ୍ ଭାବରେ ଦିଆଯାଉଛି। ଜେଲ ଭିତରକୁ ମୋବାଇଲ ଫୋନ ଯାଉନାହିଁ।  କେହି  ଜେଲ ବାହାରେ ଭିଡିଓ କରି ଭାଇରାଲ କରିଥିବ।  କିଛି ଦିନ ତଳେ  ଜଣେ କଏଦୀ ଜେଲରେ ଆତ୍ମହତ୍ୟା କରିଥିଲେ। ଏନେଇ ପୁଲିସ  ତଦନ୍ତ ହୋଇଥିଲା।  ତାଙ୍କୁ ହତ୍ୟା କରାଯାଇନାହିଁ।

The post ଜେଲ୍‌ରେ ଅକଥନୀୟ ନିର୍ଯାତନାକୁ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3h1ifmW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages