୯ ବର୍ଷର ବାଳକଙ୍କୁ ୨୭ ବର୍ଷୀୟା ମହିଳାଙ୍କ ଯୌନ ନିର୍ଯାତନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

୯ ବର୍ଷର ବାଳକଙ୍କୁ ୨୭ ବର୍ଷୀୟା ମହିଳାଙ୍କ ଯୌନ ନିର୍ଯାତନା

ହାଇଦ୍ରାବାଦ: ଜଣେ ୯ ବର୍ଷ ବୟସ୍କ ଛାତ୍ରକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ହାଇଦ୍ରାବାଦର ଏକ ସ୍ୱତନ୍ତ୍ର କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ମହିଳାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଧାର୍ଯ୍ୟ ହୋଇଛି। ଘଟଣା ୪ ବର୍ଷ ତଳେ ଏକ ସ୍କୁଲରେ ଘଟିଥିଲା।

୨୦୧୭ ନଭେମ୍ବର ମାସରେ ଏହି ଘଟଣା ଘଟିଥିଲା। ପୁରୁଣା ହାଇଦ୍ରାବାଦର ଚନ୍ଦ୍ରାୟନଗୁଟ୍ଟାରେ ଥିବା ଏକ ସ୍କୁଲରେ ପଢ଼ୁଥିଲା ପୀଡ଼ିତ ଛାତ୍ର। ସେ ୱାଶରୁମ ଯାଇଥିବାବେଳେ କେ. ଜ୍ୟୋତି ଓରଫ ମଞ୍ଜୁଳା ନାମ୍ନୀ ୨୭ ବର୍ଷ ବୟସ୍କା ମହିଳା ଜଣକ ବାଳକକୁ ଯୌନ ନିର୍ଯାତନା ଦେଇଥିଲେ। ଏହା ସହିତ ସେ ଏକ ଜଳନ୍ତା ସିଗାରେଟରେ ତାଙ୍କୁ ଚେଙ୍କ ଦେଇଥିଲେ। ଏଥିରେ ପିଲାଟି ଆହତ ହୋଇଥିଲା। ସିଗାରେଟ ଚେଙ୍କରେ ପିଲାଟିର ହାତରେ ନିଆଁଦାଗ ଲାଗିଯାଇଥିଲା। ମହିଳା ଜଣକ ତାକୁ ଯୌନ ଶୋଷଣ କରୁଥିବାବେଳେ ସେ ପ୍ରତିବାଦ କରିବାରୁ ମହିଳା ଏପରି କରିଥିଲେ। ଏ ସଂପର୍କରେ କାହାକୁ କିଛି ନକହିବାକୁ ମଧ୍ୟ ମହିଳା ଜଣକ ପିଲାଟିକୁ ଧମକ ଦେଇଥିଲେ। ମହିଳା ଜଣକ ସ୍କୁଲର କେୟାର ଟେକର ଭାବେ କାର୍ଯ୍ୟ କରୁଥିଲେ।

ଘରକୁ ଫେରି ପିଲାଟି ନିଜ ବାପାମା’ଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ସେମାନେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରୁ ସତ କଥା ଜଣାପଡ଼ିଥିଲା। ତେଣୁ ମହିଳାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ ବା ପୋକ୍ସୋ ଆଇନର ଦଫା ଲାଗିଥିଲା। ହାଇଦ୍ରାବାଦର ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା।

ଅଦାଲତ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

The post ୯ ବର୍ଷର ବାଳକଙ୍କୁ ୨୭ ବର୍ଷୀୟା ମହିଳାଙ୍କ ଯୌନ ନିର୍ଯାତନା appeared first on Odisha Reporter.



from Odisha Reporter https://ift.tt/2YULm5d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages