ମେକ୍ସିକୋ: ଥରିଲା ମେକ୍ସିକୋ। ମେକ୍ସିକୋର ଦକ୍ଷିଣରେ ଥିବା ଆକାପୁଲକୋ ସହରରେ ଗତ ବିଳମ୍ବିତ ରାତିରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା। ରିକ୍ଟର ସେକ୍ଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦକ୍ଷିଣ ମେକ୍ସିକୋ ସିଟିର ଅଧିକାଂଶ ଘର ଦୋହଲି ଯାଇଥିଲା।
ଭୂକମ୍ପ ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି। ଲୋକେ ଘରୁ ବାହାରକୁ ଆସିଯାଇଥିଲେ । ଏପରିକି ଅନେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଆଖପାଖର ଅନେକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି। ସେନେଇ କିଛି ବିଶେଷ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଭୂମିକମ୍ପ ଝଟକା ଏତେ ଭୟାବହ ଥିଲା ଯେ କିଛି ଲୋକ ନିଜ ନିଜ ଘରୁ ବାହାରକୁ ଆସିଥିଲେ କିନ୍ତୁ ରାତିରେ ପ୍ରବଳ ବର୍ଷା ହେତୁ ବିପଦ ସତ୍ତ୍ୱେ ଅଧିକାଂଶ ଲୋକଙ୍କୁ ଘର ଭିତରେ ରହିବାକୁ ପଡ଼ିଥିଲା।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସେହିପରି ଭୂକମ୍ପ ପରେ ବର୍ତ୍ତମାନ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏ ନେଇ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଏହାପୂର୍ବରୁ ୨୦୨୦ ଜୁନ୍ ମାସରେ ପ୍ରଥମେ ମେକ୍ସିକୋରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଏଥିର ଅନେକ ଲୋକ ପ୍ରାଣ ହରାଇଥିଲେ। ଏଥିସହ ୩୦ରୁ ଅଧିକ ଘର ନଷ୍ଟ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଥିଲା।
The post ଜୋରଦାର ଭୂକମ୍ପ ଝଟ୍କା, ସୁନାମି ଚେତାବନୀ appeared first on Odisha Reporter.
from Odisha Reporter https://ift.tt/3yQAjWX
No comments:
Post a Comment