ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । ଅଭିଷେକ କରୋନାରେ ଗୁରୁତର ହୋଇ ମାସାଧିକ କାଳ ହେଲା କୋଲକତାରେ ଇକମୋ ଚିକିତ୍ସାଧୀନ ଥିଲେ। ଗତ ରାତି ପ୍ରାୟ ୧୦ଟା୪୫ରେ ଅଭିଷେକଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ମାମୁ ପୁଅ ଭାଇ ରୋଶନ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଉମାନ୍ରେ ସିଭିଲ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। । ସେ ବାପା-ମାଆଙ୍କର ଏକମାତ୍ର ପୁଅ। ବାହା ହେବା ପାଇଁ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ହାତକୁ ଦୁଇ ହାତ ହୋଇଥିବା ଅଭିଷେକ ବିବାହର ୮ ଦିନ ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା।
କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୨୩ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ବି ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ECMO ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ କହିଥିଲେ ଡାକ୍ତର।
ମାତ୍ର ECMO ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାଙ୍କ ପତ୍ନୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ । ଅଭିଷେକଙ୍କ ପାଇଁ ସୋଶାଲ ମିଡିଆରେ ସେଭ୍ ଅଭିଷେକ କ୍ୟାମ୍ପେନିଂ କରାଯାଉଥିବା ବେଳେ ବିଭିନ୍ନ ଆଡ଼ୁ ମଧ୍ୟ ସହାୟତାର ସୁଅ ଛୁଟିଥିଲା। ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା ଦରକାର ଥିଲା। ପରିବାର ଲୋକ ଏତେ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ହୋଇ ସହାୟତା ପାଇଁ ନିବେଦନ କରିଥିଲେ ।
ଏହାପରେ ଜୁନ୍ ୯ ତାରିଖରେ ଏୟାରଲିଫ୍ଟ କରାଯାଇ ତାଙ୍କୁ କୋଲକତା ନିଆଯାଇଥିଲା। ସେଠାରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ସତ୍ତ୍ୱେ ଗତକାଲି ରାତିରେ ଆଖି ବୁଜିଛନ୍ତି ହାରିଗଲେ ଅଭିଷେକ ।
The post ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା, ଆଖି ବୁଜିଲେ ଅଭିଷେକ appeared first on Odisha Reporter.
from Odisha Reporter https://ift.tt/3trzumJ
No comments:
Post a Comment