ଘରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଘରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର

ଝାରସୁଗୁଡା(ଭାଗିରଥୀ ସାହୁ): ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଉଦ୍ଧାର ହୋଇଛି ମା’ ଓ ୨ ଝିଅଙ୍କ ମୃତଦେହ । ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା ।

ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଡ଼ଦାର ଫେରାର ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆରମ୍ଭ ହୋଇଛି ସସ୍‌ପେନ୍ସ।  ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ଟେର ପାଇପାରିନି।

ସୂଚନା ଅନୁଯାୟୀ, ନାରାୟଣ ପୋଡ଼ଦାର ଓ ସୋନି ପୋଦାର ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡାରେ ରହୁଥିଲେ। ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’  ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

ଘଟଣା ପରଠୁ ନାରାୟଣ ଫେରାର ଥିବା ବେଳେ ତାଙ୍କ ପତ୍ତା ମିଳିପାରୁନି।

The post ଘରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ, ସ୍ୱାମୀ ଫେରାର appeared first on Odisha Reporter.



from Odisha Reporter https://ift.tt/3lNnlF5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages