ମୁମ୍ବାଇ: ‘ମୋ ବିରୋଧରେ କୌଣସି ପ୍ରମାଣ ନାହିଁ। ମୋତେ ଅଯଥା ଫସାଇ ଦିଆଯାଉଛି। ମିଛରେ ମୋତେ ବଳି ପକାଯାଉଛି।’ ଏଭଳି କିଛି ଦୃଢ଼ ସ୍ୱରରେ ଦାବି କରିଛନ୍ତି ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା।
ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି। ଚାର୍ଜସିଟ୍ ଦାଖଲ ପରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି। ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟରେ ସେ ବେଲ୍ ପାଇଁ ଆବେଦନ କରିଛନ୍ତି। ପୁଲିସ ଦାଖଲ କରିଥିବା ଚାର୍ଜସିଟ୍ରେ ଆପତ୍ତିଜନକ ଫିଲ୍ମ ତିଆରି ମାମଲାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସେ ଦାବି କରିଛନ୍ତି। ଏଥିସହ ତାଙ୍କୁ ‘ବଲି କା ବକ୍ରା’ ତଥା ମିଛରେ ବଳି ପକାଯାଉଥିବା ସେ କହିଛନ୍ତି।
ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ନିକଟରେ ରାଜ କୁନ୍ଦ୍ରା ଏବଂ ଅନ୍ୟ ତିନି ଜଣଙ୍କ ବିରୋଧରେ କଥିତ ରୂପେ ଅଶ୍ଳୀଳ ଫିଲ୍ମ ତିଆରି ଏବଂ କିଛି ଆପ୍ସରେ ଏହାକୁ ପ୍ରସାରିତ କରିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅଭିଯୁକ୍ତମାନେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ବ୍ୟବହାରିକ ରୂପେ ଏହି ମାମଲାର ତଦନ୍ତ ହୋଇସାରିଛି ବୋଲି ଅଭିଯୁକ୍ତମାନେ କହିଛନ୍ତି।
କେବଳ ସେତିକି ନୁହେଁ ଆବେଦନରେ କୁହାଯାଇଛି ଯେ, କୁନ୍ଦ୍ରାଙ୍କୁ ଭୁଲ୍ ଢ଼ଙ୍ଗରେ ଫସାଇବାକୁ ଉଦ୍ୟମ କରାଯାଉଛି। ତାଙ୍କ ନାମ ପ୍ରଥମେ ଏଫଆଇଆରରେ ନଥିଲା କିନ୍ତୁ ପୁଲିସ ଏହି ମାମଲାରେ ତାଙ୍କ ନାଁକୁ ଜବରଦସ୍ତ ଟାଣିଥିଲା। ଏହାର କାରଣ କେବଳ ଏଜେନ୍ସି କହିପାରିବ। ଆପତ୍ତିଜନକ ଫିଲ୍ମ ତିଆରି କରିବାର କୌଣସି ଅପରାଧରେ କୁନ୍ଦ୍ରାଙ୍କ ନାଁ ଜଡିତ ନାହିଁ ବୋଲି ଏହି ଜାମିନ ଆବେଦନରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୁଲିସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏବେ ସେ ପୁଲିସ ହେପାଜତରେ ଅଛନ୍ତି। ସୋମବାର ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନର ଶୁଣାଣି ହେବ।
The post କୁନ୍ଦ୍ରା କହିଲେ- ‘ମୋତେ ମିଛରେ ବଳି ପକାଯାଉଛି’ appeared first on Odisha Reporter.
from Odisha Reporter https://ift.tt/2Zbu18p
No comments:
Post a Comment