କୋହିମା: ନାଗାଲାଣ୍ଡ ଦେଶର ଏକମାତ୍ର ରାଜ୍ୟ ହେବ ଯେଉଁଠି ବିନା ବିରୋଧୀରେ ସରକାର ଚାଲିବ। ରାଜ୍ୟରେ ସମସ୍ତ ରାଜନୀତିକ ଦଳ ଏକାଠି ହେବା ପରେ ଏପରି ପରିସ୍ଥିତି ଉପିଜିଛି । ଯାହାକି ଦେଶର ରାଜନୈତିକ ଇତିହାସରେ ଏକ ବିରଳ ଚିତ୍ର। ନାଗାଲାଣ୍ଡ ବିଧାନସଭାରେ ସମସ୍ତ ରାଜନୀତିକ ଦଳ ଶନିବାର ଦିନ କୋହିମାଠାରେ ଶାସକ ଦଳ ଏବଂ ସମସ୍ତ ବିରୋଧୀ ଦଳ ହାତ ମିଳାଇ ଏକ ସର୍ବଦଳୀୟ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ସରକାରକୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ ବୋଲି ନାମକରଣ କରାଯାଇଛି। ଯେଉଁଥିରେ କେନ୍ଦ୍ରର ଶାସକ ଦଳ ବିଜେପି ମଧ୍ୟ ରହିଛି।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧରେ ରହିବା ଅପେକ୍ଷା ସରକାରରେ ସାମିଲ ହେବାକୁ ସମସ୍ତ ରାଜନୀତିକ ଦଳ ସର୍ବସମ୍ମତି ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନିଫି ରିଓ ଟୁଇଟ୍ କରି କହିଛନ୍ତି ଯେ ନାଗାଲାଣ୍ଡରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ (ୟୁଡିଏ) ସରକାର ହେବାକୁ ଯାଉଛି। ଦଳର ନେତା ତଥା ଏନଡିପିପି, ବିଜେପି, ଏନପିଏଫ ଏବଂ ସ୍ୱାଧୀନ ବିଧାୟକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି।
ନାଗାଲାଣ୍ଡ ସରକାରଙ୍କ ମୁଖପାତ୍ର ନୀବା କ୍ରୋନୁ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ୟୁଡିଏ ଗଠନ ପାଇଁ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିବେ। ଏହା ପୂର୍ବରୁ ଘୋଷଣା କରାଯାଇଥିଲା ଯେ ନୂଆ ସରକାରଙ୍କୁ ନାଗାଲାଣ୍ଡ ୟୁନାଇଟେଡ୍ ସରକାର କୁହାଯିବ, କିନ୍ତୁ କ୍ରୋନୁ ଶନିବାର ବସିଥିବା ବୈଠକ ବାବଦରେ କହିଛନ୍ତି ଯେ ନୂଆ ସରକାରଙ୍କୁ ୟୁଡିଏ ବୋଲି ନାମକରଣ କରାଯିବ।
ସୂଚନାଯୋଗ୍ୟ, ଜୁଲାଇ 19ରେ ମୁଖ୍ୟ ବିରୋଧୀ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ବିନା ସର୍ତ୍ତରେ ସର୍ବଦଳୀୟ ସରକାର ଗଠନ ପାଇଁ ଏକ ସଂକଳ୍ପ ପାରିତ କରିଥିଲେ। ଏପରି ହେଲେ ନାଗା ପ୍ରସଙ୍ଗର ମିଳିତ ସମାଧାନ ହୋଇପାରିବ ବୋଲି ଦାରାସ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏପରି ପଦକ୍ଷେପକୁ ଶାସକ ମେଣ୍ଟ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରଗତିଶୀଳ ପାର୍ଟି (ଏନଡିପିପି) ପ୍ରଶଂସା କରିଥିଲା, କିନ୍ତୁ ଭାରତୀୟ ଜନତା ପାର୍ଟି (ବିଜେପି) ର ନେତାମାନେ ଏଥିରେ ଖୁସି ନଥିଲେ। ତେବେ ମୁଖ୍ୟମନ୍ତ୍ରୀ ରିଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଏ ନେଇ ସୁନିଶ୍ଚିତ କରାଇଛନ୍ତି ଏଥିରେ କୌଣସି ଅସୁବିଧା ହେବ ନାହିଁ। ବିଜେପି ସରକାରରେ ଏନଡିପିପି ହେଉଛି ଏକ ପ୍ରମୁଖ ସହଯୋଗୀ।
The nomenclature of United Democratic Alliance (UDA) for the Opposition-less Government in Nagaland has been unanimously resolved by the legislators and Party leaders of the @NDPPofficial, @BJP4Nagaland, NPF and Independent MLAs. pic.twitter.com/TDdWC4mKBP
— Neiphiu Rio (@Neiphiu_Rio) September 18, 2021
The post ରାଜନୈତିକ ଇତିହାସରେ ବିରଳ, ବିନା ବିରୋଧୀରେ ଏଠି ଚାଲିବ ସରକାର appeared first on Odisha Reporter.
from Odisha Reporter https://ift.tt/3Ao3anp
No comments:
Post a Comment