ରାଜ୍ୟରେ ୮୪୯ ପଜିଟିଭ ଚିହ୍ନଟ , ୬ ବର୍ଷର ଶିଶୁ କନ୍ୟା ସମେତ ୭ ମୃତକଙ୍କ ସୂଚନା ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

ରାଜ୍ୟରେ ୮୪୯ ପଜିଟିଭ ଚିହ୍ନଟ , ୬ ବର୍ଷର ଶିଶୁ କନ୍ୟା ସମେତ ୭ ମୃତକଙ୍କ ସୂଚନା ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କିଛି  ଦିନ ହେଲା ତଳମୁହାଁ ଥିବା କରୋନା ଗ୍ରାଫ୍ ଆଜି ସାମାନ୍ୟ ଉପର ମୁହାଁ ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ  ୮୪୯  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୨୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୬ ବର୍ଷର ଶିଶୁକନ୍ୟା କରୋନାରେ ଆଖି ବୁଜିଥିବା ଜଣାଯାଇଛି।

ଚିହ୍ନଟ ୮୪୯ ସଂକ୍ରମିତଙ୍କ ମଧ୍ୟରୁ ୪୯୫ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ  କଟକରୁ ୧୧୭ ଜଣ, , ଯାଜପୁରରୁ ୩୨ ଜଣ, ପୁରୀରୁ ୩୧ ଜଣ, ବାଲେଶ୍ୱରରୁ ୫୧  ଢ଼େଙ୍କାନାଳରୁ ୨୬ ଜଣ, ମୟୂରଭଞ୍ଜରୁ ୨୧ , ଅନୁଗୁଳରୁ ୨୦ , ସୁନ୍ଦରଗଡ଼ରୁ ୧୮ ଜଣ, ସମ୍ବଲପୁରରୁ ୧୬  , ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଭଦ୍ରକରୁ ୧୧ , କେନ୍ଦ୍ରାପଡ଼ାରୁ ୯ ,ଦେବଗଡ଼ରୁ ୮  , ନୟାଗଡ଼ରୁ ୭  , ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ,ଗଜପତି,ଗଞ୍ଜାମ,କନ୍ଦମାଳ ଓ ମାଲକାନଗିରି ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୦ ହଜାର ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୩୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୯୪ ହଜାର ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨, ବାଲେଶ୍ୱର, କଟକ, ଢେଙ୍କାନାଳରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୩୫କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୮୪୯ ପଜିଟିଭ ଚିହ୍ନଟ , ୬ ବର୍ଷର ଶିଶୁ କନ୍ୟା ସମେତ ୭ ମୃତକଙ୍କ ସୂଚନା ମିଳିଲା appeared first on Odisha Reporter.



from Odisha Reporter https://ift.tt/3jFwnnA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages