ମାନିଗଲେ କୃଷକ, ଛୁଟିରେ ଯିବେ ପୂର୍ବତନ ଏସ୍‌ଡିଏମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ମାନିଗଲେ କୃଷକ, ଛୁଟିରେ ଯିବେ ପୂର୍ବତନ ଏସ୍‌ଡିଏମ୍‌

ଚଣ୍ଡିଗଡ: ସରକାର ଏବଂ କୃଷକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ। ମାନିଗଲେ କୃଷକ ସଂଘ। ହରିୟାଣ କର୍ଣ୍ଣାଲରେ ବିକ୍ଷୋଭ କରୁଥିବା କୃଷକ ଶେଷରେ ଶାନ୍ତ ପଡିଛନ୍ତି। ସରକାର ଏବଂ କୃଷକ ଉଭୟ ପକ୍ଷ ଏକାଠି ସମାଧାନର ବାଟ ବାହାର କରିଛନ୍ତି।

ହରିୟାଣାର କର୍ଣ୍ଣଲରେ ସ୍ଥାନୀୟ ପ୍ରଶାସନ ତଥା କୃଷକ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂ କହିଛନ୍ତି ଯେ ଲାଠି ଚାର୍ଜ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ ନ୍ୟାୟିକ ତଦନ୍ତ ହେବ।  ତଦନ୍ତ ସମୟରେ ପୂର୍ବତନ ଏସଡିଏମ ଛୁଟିରେ ରହିବେ। ଏଥିସହ ଲାଠିଚାର୍ଜରେ ମୃତ କୃଷକ ସତୀଶ କାଜଲଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ।

ଦେବେନ୍ଦ୍ର ସିଂ ଆହୁରି କହିଛନ୍ତି ଯେ, ‘ଗତକାଲିର ଆଲୋଚନା ସକରାତ୍ମକ ପରିବେଶରେ ଅନୁଷ୍ଠିତ ହୋଇଥିଲା। ସହମତି ଭିତ୍ତିରେ ନିଷ୍ପତ୍ତି ନିଆଯାଇଛି ଯେ ସରକାର ଅଗଷ୍ଟ ୨୮ରେ ହୋଇଥିବା ଘଟଣାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରିବେ। ୧ ମାସ ମଧ୍ୟରେ ତଦନ୍ତ ଶେଷ ହେବ।’

ଅଗଷ୍ଟ ୨୮ ତାରିଖରେ ପୁଲିସ ବସତାଡା ଟୋଲ ପ୍ଲାଜାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏଥିରେ କର୍ଣ୍ଣାଲ ରାୟପୁର ଜାଟନା ଗାଁର କୃଷକ ସୁଶିଲ କାଜଲ ଆହତ ହୋଇଥିଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସରକାର ଏହି ମୃତ୍ୟୁ ଅଭିଯୋଗକୁ ଖାରଜ କରିଦେଇଥିଲେ।

ଏହାକୁ ବିରୋଧ କରି କୃଷକ ସଂଘ ସେପ୍ଟେମ୍ବର ୭ ତାରିଖରେ କର୍ଣ୍ଣାଲ ଧାନ ମଣ୍ଡିରେ ମହାପଞ୍ଚାୟତ ଡାକରା ଦେଇଥିଲା। ଏପରେ ମଙ୍ଗଳବାର ଲଘୁ ସଚିବାଳୟକୁ ଘେରିଥିଲେ ଶତାଧିକ କୃଷକ ଏଥିସହ ରାସ୍ତା ଉପରେ ହିଁ ସେମାନେ ଧାରଣା ଦେଇଥିଲେ। କୃଷକଙ୍କ ସମାବେଶକୁ ଦୃଷ୍ଟିରେ ରଖି ସଂଯୁକ୍ତ କିସାନ୍ ମୋର୍ଚ୍ଚାର ନେତାମାନଙ୍କୁ ଆଲୋଚନା ପାଇଁ ସରକାର ନିମନ୍ତ୍ରଣ ପଠାଇଥିଲେ। ଏହି ବୈଠକରେ କୃଷକ ନେତା ରାକେଶ ଟିକାୟତ, ଗୁରନାମ ଚଢ଼ୁନି, ଯୋଗେନ୍ଦ୍ର ଯାଦବ ସମେତ ୧୫ ଜଣିଆ ସଦସ୍ୟ କମିଟି ସାମିଲ ହୋଇଥିଲେ।

The post ମାନିଗଲେ କୃଷକ, ଛୁଟିରେ ଯିବେ ପୂର୍ବତନ ଏସ୍‌ଡିଏମ୍‌ appeared first on Odisha Reporter.



from Odisha Reporter https://ift.tt/3CgFbXR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages