ମୁମ୍ବାଇ: ସ୍ୱାମୀଙ୍କ ବିନା ବେଶ୍ ଧୁମଧାମରେ ଗଣପତି ବପ୍ପାଙ୍କ ପୂଜା ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ପ୍ରତିବର୍ଷ ପରି ଏଥର ବି ଘରକୁ ପ୍ରଭୁ ଗଣେଶଙ୍କୁ ଘରକୁ ଆଣି ବେଶ ଉତ୍ସାହର ସହ ତାଙ୍କ ଆରାଧନା କରିଛନ୍ତି ଶିଳ୍ପା। ହେଲେ ସବୁ ବର୍ଷ ସ୍ୱାମୀ ରାଜ ଶିଳ୍ପାଙ୍କ ପାଖେ ପାଖେ ରହୁଥିବା ବେଳେ ଏଥର ନିଜ ପୁଅ, ଝିଅଙ୍କ ସହ ପ୍ରଭୁଙ୍କ ଆରାଧନା କରିଛନ୍ତି ଶିଳ୍ପା।
କିଛି ଦିନ ମଧ୍ୟରେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇ ବି ଗଣପତି ବାବାଙ୍କୁ ଭୁଲି ନାହାନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଶିଳ୍ପା ସେଟ୍ଟି ସବୁ ବର୍ଷ ନିଜ ଘରେ ବେଶ୍ ଧୁମ୍ଧାମର ସହ ଗଣେଶ ପୂଜା ପାଳିଥାନ୍ତି। ଏ ବର୍ଷ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିନା ଗଣେଶ ପୂଜା ପାଳିଛନ୍ତି ଶିଳ୍ପା। ସ୍ୱାମୀ ଜେଲ୍ରେ ଥିବା ସତ୍ତ୍ୱେ ଶିଳ୍ପା ପୂଜାରେ କିଛି ବି କାଟଛାଣ୍ଟ କରି ନ ଥିଲେ।
ଏପରିକି ନିଜ ଘରେ ବେଶ୍ ଧୁମଧାମରେ ଓ ଉତ୍ସାହର ସହ ପୁଅଝିଅଙ୍କ ସହ ବିଘ୍ନ ବିନାଶନଙ୍କ ପୂଜା ପାଳିଛନ୍ତି ଶିଳ୍ପା। ଏହାର ଫଟୋ ବି ସୋଶାଲ ମିଡିଆରେ ଶେଆର କରିଛନ୍ତି, ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ନିଜ ପେଣ୍ଡାଲ ଫଟୋ ଶେଆର କରିଛନ୍ତି ଶିଳ୍ପା। ଏଥିସହ ଲେଖିଛନ୍ତି, ୧୧ ବର୍ଷ ହେଲାଣି ଗଣପତି ବପ୍ପା ଆମ ଘରକୁ ଆସୁଛନ୍ତି।
ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଶିଳ୍ପା ନିଜ ପୁଅ ଭିଆନଙ୍କ ସହ ପ୍ରଭୁଙ୍କ ଆରତୀ କରୁଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ସବୁ ବର୍ଷ ପରି ଏଥର ବି ଗଣପତି ବପ୍ପା ଆମ ସହ ଅଛନ୍ତି । ତେଣୁ ସବୁ ସଙ୍କଟ ଦୂରେଇ ଯିବ ।
ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ତିଆର କରୁଥିବା ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହୋଇ ଗତ ଜୁଲାଇ ମାସରୁ ଜେଲ୍ରେ ଅଛନ୍ତି।
View this post on Instagram
The post ସ୍ୱାମୀଙ୍କ ବିନା ବେଶ୍ ଧୁମଧାମରେ ଗଣେଶ ପୂଜା ପାଳିଲେ ଶିଳ୍ପା appeared first on Odisha Reporter.
from Odisha Reporter https://ift.tt/3nnW1Qb
No comments:
Post a Comment