ପିପିଲି ଉପନିର୍ବାଚନ: ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 29, 2021

ପିପିଲି ଉପନିର୍ବାଚନ: ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଚଳ ବା ତ୍ରୁଟି ଖବର ଆସୁଛି।

ସକାଳେ ପ୍ରଥମେ ୪ଟି ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବା ଖବର ଆସିଥିବା ବେଳେ ଏବେ ଆଉ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ଆସିଛି।

କୌଶଲ୍ୟାପୁରର ୧୫୪ ନମ୍ବର ବୁଥ୍‌ ସହିତ ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, କୁଞ୍ଜରର ୧୬୭, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଛି। ଫଳରେ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଛି।

ଏହା ପୂର୍ବରୁ ୧୩୯-A, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମୋଟ ଉପରେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି।

ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ ବୁଥ୍ କରାଯାଇଛି।

The post ପିପିଲି ଉପନିର୍ବାଚନ: ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି appeared first on Odisha Reporter.



from Odisha Reporter https://ift.tt/3CV9jrZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages