ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 29, 2021

ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌

ଦିସପୁର: ‘ମୋଦି ଜୀ ଓ ହିମନ୍ତ ବିଶ୍ୱ ଶର୍ମା ଜୀ …ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ସୋଶାଲ ମିଡିଆରେ ଏପରି ପୋଷ୍ଟ କରି ନିଜ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱା ଶର୍ମାଙ୍କୁ ଗତକାଲି ୨ ଭାଇଭଉଣୀ ଜଣାଇବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଲା।

ଏହି ଛୋଟ ପିଲାଙ୍କ ସମସ୍ୟାକୁ ଅଣଦେଖା କରି ନ ପାରି ତୁରନ୍ତ ଏହାର ଉତ୍ତର ରଖିଛନ୍ତି ଆସାମ ସିଏମ୍‌ ହିମନ୍ତ ବିଶ୍ୱା ଶର୍ମା । ସେ ଟ୍ୱିଟ କରିଛନ୍ତି, ଆପଣ ୨ ଜଣଙ୍କ ପାଇଁ ଗୁଆହାଟିରେ ଜଣେ ଖୁବ୍‌ ଭଲ ଡେଣ୍ଟିଷ୍ଟଙ୍କୁ ଦେଖାଇବାର ବନ୍ଦୋବସ୍ତ କରିଦେବି। ଆପଣଙ୍କ ସମସ୍ୟା ସମାଧାନ ହୋଇଗଲେ ଏକସଙ୍ଗେ ଆପଣ ମନ ପସନ୍ଦର ଭୋଜନର ମଜା ଉଠାଇବା।

ଆସାମର ୬ ବର୍ଷୀୟ ରଇସା ରାବଜା ଅହମ୍ମଦ ଏବଂ ୫ ବର୍ଷୀୟ ଆର୍ଯ୍ୟନ ଅହମ୍ମଦ। ଏମାନେ ଦୁଇ ଜଣ ଭଉଣୀ। ଏହି ଦୁଇ ଜଣ କୁନି କୁନି ଛୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପାଖକୁ  ଚିଠି ଲେଖି ନିଜ ସମସ୍ୟା  ସମ୍ପର୍କରେ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦୁଇଟି ପୃଥକ ଚିଠି ପଠାଯାଇଛି। ଚିଠିରେ ନିଜ ଦାନ୍ତ ବିଷୟରେ ରାବଜା ଏବଂ ଆର୍ଯ୍ୟନ ଅଭିଯୋଗ କରିଛନ୍ତି। ଉଭୟ ପିଲା କହିଛନ୍ତି, ଦାନ୍ତ ନଉଠିବା ଯୋଗୁଁ ସେମାନଙ୍କ ପ୍ରିୟ ଖାଦ୍ୟ ଚୋବାଇବା କଷ୍ଟକର ହୋଇପଡୁଛି। କାରଣ ସେମାନଙ୍କର ପିଲାଦିନର ଦାନ୍ତ ନଷ୍ଟ ହେବା ପରେ, ନୂଆ ଦାନ୍ତ ଉଠିବା ପାଇଁ ବହୁତ ସମୟ ଲାଗୁଛି। ସେଥିପାଇଁ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ସିଏମଙ୍କୁ ଚିଠି ଲେଖିଛନ୍ତି ଗୁହାରି କରିଛନ୍ତି।

ଫେସ୍‌ବୁକ୍‌ରେ ଏହି ଦୁଇ ଭାଇ ଭଉଣୀଙ୍କ ଚିଠିର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟଟିକୁ ଦୁଇ ପିଲାଙ୍କ ଦାଦା ମୁଖତାର ଅହମ୍ମଦ ଶେଆର କରିଛନ୍ତି। ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ନରେନ୍ଦ୍ର ମୋଦି ଜୀ ଏବଂ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋ ଝିଆରୀ ରାବଜା ଏବଂ ପୁତୁରା ଆର୍ଯ୍ୟନଙ୍କ ତରଫରୁ ଏହା ଲେଖାଯାଇଛି। ବିଶ୍ୱାସ କରନ୍ତୁ, ମୁଁ ଘରେ ନାହିଁ, ଡ୍ୟୁଟିରେ ଅଛି। ଦୟାକରି ସେମାନଙ୍କ ଦାନ୍ତ ପାଇଁ କିଛି ଆବଶ୍ୟକ ପଦେକ୍ଷପ ନିଅନ୍ତୁ।’

ଏହି ପୋଷ୍ଟଟିକୁ ସେପ୍ଟେମ୍ବର ୨୫ ତାରିଖରେ ଶେଆର କରାଯାଇଥିଲା। କୁନି ଭାଇଭଉଣୀଙ୍କ ଏହି କ୍ୟୁଟ୍‌ ଗୁହାରିକୁ ସୋଶାଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ୟୁଜର୍ସମାନେ ଏହି ପୋଷ୍ଟରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି।

The post ଭାଇଭଉଣୀଙ୍କ କ୍ୟୁଟ୍‌ ଗୁହାରୀର ଉତ୍ତର ରଖିଲେ ଆସାମ ସିଏମ୍‌ appeared first on Odisha Reporter.



from Odisha Reporter https://ift.tt/3uncQMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages