ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି କଟକ ମୁଣ୍ଡଳିଠାରେ ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ୍‌ ରିପୋର୍ଟର  ଅରିନ୍ଦମ ଦାସଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି  ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ମଂଜୁର କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‌ କରି ସୂଚନା ଦେଇଛନ୍ତି।  ଓଡ଼ିଶା  ୱାର୍କିଂ ଜର୍ଣ୍ଣାଲିଷ୍ଟ  ୱେଲଫେୟାର ଫଣ୍ଡରୁ  ଏହି ଅର୍ଥ ମଂଜୁର କରାଯାଇଥିବା ସେ କହିଛନ୍ତି ।

ସେହିଭଳି ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଗତକାଲି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଥିଲେ।

ଏହା ସହିତ ଶ୍ରୀମତୀ ପଣ୍ଡା କହିଥିଲେ, ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। କେବଳ ମୋ ପାଇଁ ନୁହେଁ, ପୂରା ଅନୁଷ୍ଠାନ ପାଇଁ ଏହା ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ।  କୌଣସି ଆର୍ଥିକ ସହାୟତା ଏହି ଅପୂରଣୀୟ କ୍ଷତିର ଭରଣା କରିପାରିବ ନାହିଁ। ତାଙ୍କ ପରିବାର ଏବେ ଆମ ପରିବାର। ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର।

ସୂଚନାଯୋଗ୍ୟ,  ଆଜି ସକାଳେ  ପୈତୃକ ଗାଁ  କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ଅରିନ୍ଦମଙ୍କ ଶେଷକୃତ ସମ୍ପନ୍ନ ହୋଇଛି।   ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।  ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ପୂରା ପରିବେଶ।

The post ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3AHfAqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages