ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଜାରି ହେଲା ଟୋଲ୍‌ ଫ୍ରି ନମ୍ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ଲାଗି ଟୋଲ୍‌ ଫ୍ରି ନମ୍ବର- ୧୫୫୪ ଜାରି ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନର ହେବାର ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ପାଟ୍ରୋଲିଂ ଜାହାଜ ଏବଂ ଡୋର୍ନିୟର ବିମାନ ସାହାଯ୍ୟରେ ତଟରକ୍ଷୀ ବାହିନୀ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କ ଉପରେ କଡ଼ା ନଜର ରଖିଥିବା କହିଛି।

ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରିଯିବା ଲାଗି ପରାମର୍ଶ ଦିଆଯାଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଥିବା ତଟରକ୍ଷୀ ବାହିନୀର କାର୍ଯ୍ୟାଳୟ ସମେତ ଜାହାଜ, ଡୋର୍ନିୟର ବିମାନ ଏବଂ ଯବାନମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ। ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଆମ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି।

ସେ ଆହୁରି କହିଛନ୍ତି, ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ପ୍ରଭାବରେ ଅଳ୍ପ ପବନ ଓ ପ୍ରବଳ ବର୍ଷା ହେବ। ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ।  ବାତ୍ୟା ନେଇ କାଲିଠାରୁ ପ୍ରସ୍ତୁତି  ଆରମ୍ଭ କରାଯାଇଛି। ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ପ୍ରସ୍ତୁତି ଜାରି ରହିଛି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼ରେ ମଧ୍ୟ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯିବ। ଓଡ୍ରାଫରେ ୪୨ ଓ ଏନ୍‌ଡିଆର୍‌ଏଫ୍‌ରେ ୨୪ଟି ଟିମ୍ ମୁତୟନ କରାଯିବ। ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ।

ସମ୍ଭାବ୍ୟ ବାତ୍ୟା ‘ତିତଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ ବୋଲି ଏସଆରସି କହିଛନ୍ତି।

 

 

The post ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଜାରି ହେଲା ଟୋଲ୍‌ ଫ୍ରି ନମ୍ବର appeared first on Odisha Reporter.



from Odisha Reporter https://ift.tt/2XWOU6Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages