ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆଜି ସନ୍ଧ୍ୟାରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ବାତ୍ୟା ‘ଗୁଲାବ’ ଆଜି ଭୋର ୫ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୩୧୦ କିମି ଓ କଳିଙ୍ଗପଟ୍ଟନମ ଠାରୁ ୩୮୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟାରେ ଏହାର ବେଗ ରହିଛି ଘଣ୍ଟା ପ୍ରତି ୭ କିଲୋମିଟର।
ସନ୍ଧ୍ୟାରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। କିଛି ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି। ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ବାତ୍ୟା ‘ଗୁଲାବ’ ପାଇଁ କାଲି ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି। ସେହିଭଳି ୧୦ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
#OrangeMessage:Cyclone warning for north Andhra Pradesh and south Odisha coasts
#CyclonicStorm ‘#Gulab’ over northwest & adjoining westcentral Bay of Bengal moved nearly #westwards with a speed of #7kmph in last #6Hrs, & lay centered about #310km east-southeast of #Gopalpur pic.twitter.com/Sjm1LRtvfL
— Meteorological Centre, Bhubaneswar (@mcbbsr) September 26, 2021
The post ଆଜି ସ୍ଥଳଭାଗ ଛୁଇଁବ ‘ଗୁଲାବ’, ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3zCUZ5b
No comments:
Post a Comment