ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିବା ଜଣେ ଯୁବକଙ୍କୁ ଆଜି ଛତ୍ରପୁରରୁ ଉଠାଇ ନେଇଛି ଭଦ୍ରକ ପୁଲିସ୍। ତାଙ୍କ ନାଁ ପିନା ସାମଲ। ତାଙ୍କୁ ଛତ୍ରପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ତାଙ୍କୁ ଧରିବା ପାଇଁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଥିଲା। ରାତି ସାରା ପୁଲିସ୍ ତାଙ୍କ ଘର ବାହାରେ ଜଗି ରହିଥିଲା।
ସୂଚନା ଅନୁଯାୟୀ, ପିନା ୨୦୧୫ରେ ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବାହା ହୋଇଥିଲେ। ପରେ ସେ ଛତ୍ରପୁରରେ ଆଉ ଜଣଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ବିବାହ କରିବା ପରେ ଭଦ୍ରକରେ ରହୁଥିବା ପତ୍ନୀ ଓ ପରିବାର ଲୋକଙ୍କ ସହିତ ଆଉ ଯୋଗାଯୋଗ କରୁନଥିଲେ। ସେ ଛତ୍ରପୁରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଓ ବ୍ୟାଙ୍କ କଲୋନୀରେ ଏକ ଘରେ ରହୁଥିଲେ।
ପିନାଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ପୁଲିସ୍ ଅନୁସନ୍ଧାନ କରି ଗତକାଲି ଛତ୍ରପୁରରେ ପହଞ୍ଚିଥିଲା। ସେମାନେ ପିନା ରହୁଥିବା ଘରେ ରାତି ୧୨ଟାରେ ପହଞ୍ଚିଥିଲେ। କିନ୍ତୁ ପିନା କବାଟ ଖୋଲି ନଥିଲେ। ରାତିସାରେ ସେ ଘରେ ଥିଲେ ସୁଦ୍ଧା କବାଟ ଖୋଲି ନଥିଲେ। ପରେ ବହୁ ବୁଝାସୁଝା କରିବା ପରେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସେ କବାଟ ଖୋଲିଥିଲେ। ଏହା ପରେ ତାଙ୍କୁ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୁଲିସ୍ ଛତ୍ରପୁର ଥାନାକୁ ନେଇ ଯାଇଥିଲା। ଶେଷ ଖବର ସୁଦ୍ଧା ସେଠାରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
The post ପତ୍ନୀଙ୍କୁ ଲୁଚି କରିଥିଲେ ଦ୍ୱିତୀୟ ବିବାହ, ଧରିବାକୁ ଆସିଥିବା ପୁଲିସ୍ ହେଲା ରାତି ଅନିଦ୍ରା appeared first on Odisha Reporter.
from Odisha Reporter https://ift.tt/3Epax02
No comments:
Post a Comment