ପଟନା: ନିଜର ବ୍ୟବବାର ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ବିହାର ଜେଡିୟୁର ବିଧାୟକ ଗୋପାଳ ମଣ୍ଡଳ ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥର ଗୋପାଳ ମଣ୍ଡଳ ଦିଲ୍ଲୀ ଯିବା ସମୟରେ ଏଭଳି ଏକ କାମ କରିଛନ୍ତି, ଯାହାକୁ ନେଇ ହଙ୍ଗାମା ହୋଇଛି। ବିଧାୟକ ଗୋପାଳ ଟ୍ରେନ୍ ଭିତରେ ଅଣ୍ଡରୱେର ପିନ୍ଧି ବୁଲିଥିଲେ। ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ବିଧାୟକ ଅଣ୍ଡରୱିୟର ଓ ବନିୟାନ୍ (ଗଞ୍ଜି) ପିନ୍ଧି ବୁଲୁଥିବା ବେଳେ ଜଣେ ଯାତ୍ରୀ ଏନେଇ ଆପତ୍ତି କରିଥିଲେ। ଯାହା ପରେ ବିଧାୟକ ଯାତ୍ରୀଙ୍କୁ ମାରପିଟ୍ କରିଥିବା ଜଣାପଡ଼ିଛି।
अगली बार बनियान मत पहनना, नीचे कुछ पहना है या नही पता तो चलना चाहिए pic.twitter.com/fa31tVAKXB
— पर्यावरण प्रेमी, समीर 19 वर्ष (@SameerSam2001) September 3, 2021
ମାରପିଟ୍ ପରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ଏବଂ ଟ୍ରେନର ଷ୍ଟାଫ୍ ମାମଲାର ସମାଧାନ କରିଥିଲେ। ଆପତ୍ତି ଉଠାଇଥିବା ଯାତ୍ରୀଙ୍କର ସିଟ୍ ବଦଳାଇ ଦିଆଯାଇଥିଲା ଏବଂ ବିଧାୟକଙ୍କର ଏଭଳି ପୋଷାକରେ ବୁଲିବାକୁ ରେଲୱେ ଭୁଲ୍ ବୋଲି ଦର୍ଶାଇଛି। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ପଟନାରେ ଘଟିଛି।
#WATCH I was only wearing the undergarments as my stomach was upset during the journey: Gopal Mandal, JDU MLA, who was seen in undergarments while travelling from Patna to New Delhi on Tejas Rajdhani Express train yesterday pic.twitter.com/VBOKMtkNTq
— ANI (@ANI) September 3, 2021
ଅନ୍ୟପକ୍ଷରେ ଯାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ ବିଧାୟକ ତାଙ୍କୁ ଗୁଳି କରି ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ସେ ଆରପିଏଫକୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତାଙ୍କର ବଗି ବଦଳାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଏଏନଆଇକୁ ସାକ୍ଷାତକାର ଦେଇ ବିଧାୟକ କହିଛନ୍ତି, ‘ଏହା ସତ ଯେ ମୁଁ ଗଞ୍ଜି ଓ ଅଣ୍ଡରୱିୟରରେ ଥିଲି। ମୋ ପେଟ ଖରାପ ଥିଲା ଏବଂ ବାରମ୍ବାର ଟଏଲେଟ୍ ଯିବାକୁ ପଡ଼ୁଥିଲା। ମୁଁ ମିଛ କହୁ ନାହିଁ।’ ବିଧାୟକ ଗୋପାଳ ମଣ୍ଡଳଙ୍କ ପାର୍ଟି ଜେଡିୟୁ ଏହି ଘଟଣାକୁ ନେଇ ଲଜ୍ଜିତ। ପାର୍ଟି କହିଛି ଯେ ବିଧାୟକଙ୍କୁ ଏ ଘଟଣା ସମ୍ବନ୍ଧରେ ପଚରାଉଚରା କରାଯିବ।
ସେହିପରି ଗୋପାଳଙ୍କ ବନ୍ଧୁ କୁନାଲ ସିଂହ କହିଛନ୍ତି, ‘ଗୋପାଳ ଜଣେ ଡାଏବେଟିସ୍ ରୋଗୀ ଏବଂ ସେ କୌଣସି ଜରୁରୀ କାମ ପାଇଁ ଦିଲ୍ଲୀ ଯାଉଥିଲେ। ଓଜନ ଅଧିକ କାରଣରୁ ଗୋପଳ ପୂରା ପୋଷାକରେ ବାଥରୁମ୍ ଯାଇପାରୁନଥିଲେ। ସେ ଲୁଙ୍ଗି ଓ ଗାମୁଛାରେ ୱାଶରୁମ୍ ଯାଆନ୍ତି। କିନ୍ତୁ ଆଜି ହଠାତ୍ ଟ୍ରେନରେ ଚଢ଼ୁ ଚଢ଼ୁ ସେ ୱାଶରୁମ୍ ଗଲେ। କିନ୍ତୁ ହଡବଡ଼ରେ ସେ ଅଣ୍ଡରୱିୟର୍ ପିନ୍ଧି ବାଥରୁମ୍ ଚାଲିଗଲେ, ଯାହାକୁ ନେଇ ଜଣେ ଯାତ୍ରୀ ତାଙ୍କର ଦୁର୍ବ୍ୟବହାର କରିଥିଲା। ବିଧାୟକ ସେହି ଯାତ୍ରୀଙ୍କୁ କିଛି କହିନାହାନ୍ତି। କିନ୍ତୁ ତାଙ୍କ ଉପରେ ଯେଉଁଭଳି ଅଭିଯୋଗ ଲଗାଯାଇଛି, ତାହା ପୂରା ମିଥ୍ୟା।’
The post ଟ୍ରେନ୍ ଭିତରେ ଅଣ୍ଡରୱିୟର ପିନ୍ଧି ବୁଲିଲେ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3tdKWlq
No comments:
Post a Comment