ବିଦେଶରୁ ଫେରୁଥିଲେ କଡ଼ା ନିୟମ, ରିପୋର୍ଟ ନେଗେଟିଭ୍ ଥିଲେ ବି ହେବ କରୋନା ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ବିଦେଶରୁ ଫେରୁଥିଲେ କଡ଼ା ନିୟମ, ରିପୋର୍ଟ ନେଗେଟିଭ୍ ଥିଲେ ବି ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇ ଡରାଇଲାଣି ମହାମାରୀ। ସାମ୍ନାକୁ ଆସିଲା ଭୂତାଣୁର ନୂଆ ଭାରିଆଣ୍ଟ। ଚିହ୍ନଟ ହୋଇଥିବା ମାରାତ୍ମକ ନୂଆ କୋଭିଡ ଭାରିଆଣ୍ଟ C-1-2   ଓ ମ୍ୟୁ’କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।  ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ବିଶେଷ କରି ଯେଉଁମାନେ ଚୀନ୍, ବ୍ରିଟେନ୍, ୟୁରୋପ, ଦକ୍ଷିଣ ଆଫ୍ରିକା ସମେତ ୧୦ଟି ରାଷ୍ଟ୍ରରୁ ଭାରତ ଆସୁଛନ୍ତି ସେମାନଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ, ୭୨ ଘଣ୍ଟା ପୂର୍ବର ଆରଟିପିସିଆର  ରିପୋର୍ଟକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ତେବେ ରିପୋର୍ଟ ନେଗେଟିଭ୍ ଥିଲେ ବି ବିମାନରୁ ଅବତରଣ ପରେ କରୋନା ପରୀକ୍ଷଣ କରାଯିବ ।

ପୂର୍ବରୁ ୟୁକେ, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା । ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଚୀନ୍, ମରିଶଶ, ନ୍ୟୁଜିଲାଣ୍ଡ ଏବଂ ଜିମ୍ବାୱେରୁ ଆସୁଥିବା ଯାତ୍ରୀଙ୍କ ପାଇଁ  ଏହି ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ଲକ୍ଷଣୀହୀନ ଯାତ୍ରୀଙ୍କୁ ଅନୁମତି ଥିଲେ ବି ପହଞ୍ଚିବା ପରେ ତାଙ୍କର ପୁଣି ଥରେ RTPCR ଟେଷ୍ଟ କରାଯିବ ବୋଲି ମନ୍ତ୍ରାଳୟ କହିଛି  ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର କହିବା ମୁତାବକ, ଏହି ନୂଆ ଭାରିଆଣ୍ଟ ‘ମ୍ୟୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଚଳିତବର୍ଷ ଜାନୁଆରୀରେ ‘ମ୍ୟୁ’ ବିଷୟରେ ଜଣାପଡିଥିଲା। ଏହି ଭାରିଆଣ୍ଟ ସହ ଜଡିତ ୪୦ ହଜାରରୁ ଅଧିକ ମାମଲା ସାମ୍ନକୁ ଆସିଛି। ଏହା ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି । ଫଳରେ ପୁଣି ଥରେ ଆଉ ଏକ ଲହର ଆସିବା ନେଇ ସମ୍ଭାବନା ବଢିଛି।

ହୁ’ର କହିବା ମୁତାବକ, ନୂଆ ଭାରିଆଣ୍ଟ ‘ମ୍ୟୁ’ ଟିକାର ପ୍ରଭାବକୁ ଅକାମି କରିଦେଇପାରେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି । ଯାହା ଡେଲ୍‌ଟା ଭାରିଆଣ୍ଟଠୁ ଘାତକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ସାର୍ସ-କୋଭିଡ-୨ ଭାଇରସ ଅନେକ ଥର ମ୍ୟୁଟେସନ ହୋଇଛି । କିଛି ମ୍ୟୁଟାଣ୍ଟର ପ୍ରଭାବ କମ୍ ଥିବା ବେଳେ ଆଉ କିଛି ଅଧିକ ଘାତକ। କରୋନାର ଆଲଫା ଭାରିଆଣ୍ଟ ୧୯୩ ଦେଶରେ ଆତଙ୍କ ଖେଳାଇଥିବା ବେଳେ ଡେଲଟା ଭାରିଆଣ୍ଟ ୧୭୦ ଦେଶରେ ବିଭୀଷିକା ସୃଷ୍ଟି କରିଛି। କରୋନାର ଏହି ନୂଆ ଭାରିଆଣ୍ଟକୁ ହୁ’ ‘ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ’ ମାନ୍ୟତା ଦେଇଛି।

ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୧ରେ ମ୍ୟୁ’ ଭାରିଆଣ୍ଟ କଲମ୍ବିଆରେ ପ୍ରଥମେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା ଏବଂ ୟୁରୋପର କିଛି ସ୍ଥାନରେ ମଧ୍ୟ ବ୍ୟାପି ଗଲାଣି। ଡେଲ୍ଟା ଭାରିଆଣ୍ଟ ସହ ମ୍ୟୁ ଭାରିଆଣ୍ଟ ଉପରେ ଗବେଷଣା ଚାଲିଛି। ବର୍ତ୍ତମାନ ଡେଲ୍ଟା ବ୍ୟତୀତ ଆଲ୍ଫା, ବିଟା, ଗାମାକୁ ‘ଭାରିଆଣ୍ଟ ଅଫ୍‌ କଂସର୍ଣ୍ଣ’ ମାନ୍ୟତା ଦିଆଯାଇଛି।

ମ୍ୟୁ’ ସମେତ ଇଓଟା, କାପା, ଏବଂ ଲାମ୍ବଡାକୁ ‘ଭାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ’ ମାନ୍ୟତା ଦିଆଯାଇଛି। ବର୍ତ୍ତମାନ ‘ମ୍ୟୁ’ ଭାରିଆଣ୍ଟ ଅଧିକ ସଂକ୍ରାମକ ହେଉଛି ନା ନାହିଁ ସେ ନେଇ କୌଣସି ସୂଚନା ନାହିଁ। ଏହାର ଏକ ପ୍ରମୁଖ ମ୍ୟୁଟେସନ୍‌ E-୪୮୪K ରହିଛି, ଯାହା ବିଟା ଏବଂ ଗାମା ଭାରିଆଣ୍ଟ ଭଳି ଆଣ୍ଟିବଡି ସହ ଲଢ଼ିବାରେ ସାହାଯ୍ୟ କରେ। କିନ୍ତୁ N୫୦୧Y ମ୍ୟୁଟେସନ ଏହାକୁ ଅଧିକ ସଂକ୍ରାମକ କରିଦିଏ ବୋଲି WHO ସୂଚନା ଦେଇଛି।

The post ବିଦେଶରୁ ଫେରୁଥିଲେ କଡ଼ା ନିୟମ, ରିପୋର୍ଟ ନେଗେଟିଭ୍ ଥିଲେ ବି ହେବ କରୋନା ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/3tbycvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages