ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି। ଚାଷୀଙ୍କୁ ଉଚିତ୍‌ ପ୍ରାପ୍ୟ ନ ମିଳିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି ଘୋଷଣା ନ କରିବା ଓ ପନିପରିବା ବିକ୍ରି କରିବା ପାଇଁ କୌଣସି ବଜାର ବ୍ୟବସ୍ଥା ନ କରିବା ଆଦି ଦାବିରେ ଚାଷୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏପରିକି ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ  ବହୁ କଷ୍ଟରେ ଉପାର୍ଜନ କରୁଥିବା ଶସ୍ୟରୁ ପରିଶ୍ରମ ତୁଳନାରେ ପ୍ରାପ୍ୟ ମିଳୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଉତ୍ପାଦିତ ପନିପରିବାକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର  ନଥିବାରୁ  ଶେଷରେ ଅଭାବି ବିକ୍ରିର ଶୀକାର ହୋଇ ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଛନ୍ତି। ଏହାର ଫାଇଦା ନେଇ ମଧ୍ୟସ୍ଥି ଚଢ଼ା ଦରରେ ବିକି ମାଲେ ମାଲ ହେଉଛନ୍ତି।  ଏହାକୁ ନେଇ ଚାଷୀମାନେ ଆଜି ଦସମାଇଲ ଛକରେ ଆନ୍ଦୋଳନ କରିଛନ୍ତି।

 

The post ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/38POKQA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages