ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଶନିବାର ବି ଖୋଲା ରହିବ ଶ୍ରୀମନ୍ଦିର। ଆଜି ଭିଡିଓ କନଫରେନସିଂ ଜରିଆରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏହା ସହିତ ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି କରାଯାଇଛି।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି। କେବଳ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ପୂର୍ବ ନିଷ୍ପତ୍ତି ଅନୁସାରେ ପୂଜାପର୍ବାଣୀରେ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ୧୦ ତାରିଖ ଗଣେଶ ପୂଜା ଓ ୧୭ ତାରିଖରେ ବିଶ୍ୱକର୍ମା ପୂଜା ଦିନ ମନ୍ଦିର ବନ୍ଦ ରହିବ। ଅକ୍ଟୋବର ମାସରେ ମଧ୍ୟ ଶ୍ରୀମନ୍ଦିର ୩ ଦିନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ଜାରି କରୋନା କଟକଣାକୁ ପୂର୍ବ ପରି ଲାଗୁ କରାଯିବ। ଏଥିନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଧାର କାର୍ଡ ସହ ଡବଲ ଡୋଜ ଭ୍ୟାକସିନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଯେଉଁମାନେ ସିଙ୍ଗଲ ଡୋଜ ନେଇଥିବେ, ସେମାନେ ୭୨ ଘଣ୍ଟା ମଧ୍ୟରେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ମନ୍ଦିରରେ ପ୍ରବେଶ କରିପାରିବେ।
ଅନ୍ୟପକ୍ଷରେ ପୂର୍ବରୁ ମନ୍ଦିରରେ ଦୀପ ଜଳାଇବା ଉପରେ ଯେଉଁ କଟକଣା ଲାଗୁ କରାଯାଇଥିଲା ତାକୁ କୋହଳ କରାଯାଇଛି। ଏଣିକି ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଜାଳି ପାରିବେ।
The post ଶନିବାର ବି ଖୋଲିବ ଶ୍ରୀମନ୍ଦିର, ବଢ଼ିଲା ଦର୍ଶନ ଅବଧି appeared first on Odisha Reporter.
from Odisha Reporter https://ift.tt/3BLNdrc
No comments:
Post a Comment