ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିବା ପରେ ହଇଚଇ, ୩ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିବା ପରେ ହଇଚଇ, ୩ ଅଟକ

ପ୍ରାୟଗରାଜ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠ ସ୍ଥିତ ତାଙ୍କ ରୁମରୁ ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି।

୭୨ ବର୍ଷୀୟ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ପୁଲିସ କହୁଥିବା ବେଳେ ତାଙ୍କ ମୃତଦେହ ନିକଟରୁ ସୁଇସାଇଟ ନୋଟ୍‌ ମିଳିଛି। ଏଥିରେ ସେ ତାଙ୍କ ଶିଷ୍ୟ ଅନନ୍ତ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଲେଖିଛନ୍ତି। ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ଚାପ ପକାଇ ଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ଅନନ୍ତ ଗିରିଙ୍କ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରୟାଗରାଜ ଆଇଜି କେପି ସିଂହ କହିଛନ୍ତି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷଥର ପାଇଁ ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ।

ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଟ ନୋଟ ମିଳିଛି। ଏଥିରେ ସେ ତାଙ୍କ ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। ମୁଁ ସବୁବେଳେ ଆତ୍ମ ସମ୍ମାନର ସହ ବଞ୍ଚିଛି। ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ଜୀବନ ହାରୁଛି ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଟ ନୋଟରେ ଲେଖିଛନ୍ତି।

ଏଥିସହ ତାଙ୍କ ଆତ୍ମହତ୍ୟା ପରେ ମଠରେ କ’ଣ ସବୁ ହେବା ଦରକାର ସେ ଇଚ୍ଛା ମଧ୍ୟ ସୁଇସାଇଡ ନୋଟରେ ସେ ଲେଖିଛନ୍ତି। ଏବେ ପୁଲିସ୍‌ ପୂରା ଘଟଣାର ତଦନ୍ତ କରୁଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ନରେନ୍ଦ୍ର ଗିରିଙ୍କ ଅନ୍ତିମ ସଂସ୍କାର ହେବ। ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାର ଅଛି। ସେହିପରି ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଅନନ୍ତ ଗିରିଙ୍କୁ ପୁଲିସ୍ ହରିଦ୍ୱାରରୁ ଠାବ କରି ଅଟକ ରଖାଯାଇଛି। ତାଙ୍କୁ ପ୍ରୟାଗରାଜ ଅଣାଯାଇ ପଚାରା ଉଚରା କରାଯିବ।

ଅଟକ ପୂର୍ବରୁ ଅନନ୍ତ ଗିରି କହିଥିଲେ ଯେ “ଗୁରୁଜୀବ କେବେ ହେଲେ ଆତ୍ମହତ୍ୟା କରିବା ଭଳି ବ୍ୟକ୍ତି ନଥିଲେ। ଟଙ୍କା ପାଇଁ ତାଙ୍କୁ ହଇରାଣ କରାଯାଉଥିଲା। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ଆବଶ୍ୟକ। ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ଜମି ମାଫିଆ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ମୁଁ ତଦନ୍ତରେ ସବୁ ପ୍ରକାରର ସହଯୋଗ କରିବି। ଯଦି ମୁଁ ଦୋଷୀ ସାବ୍ୟସ୍ତ ହେବି, ତା’ହେଲେ ଦଣ୍ଡ ପାଇବି।”

ଅନନ୍ତ ଗିରିଙ୍କ ବ୍ୟତୀତ ମହନ୍ତ ନରେନ୍ଦ୍ର ହନୁମାନ ମନ୍ଦିରର ପୂଜକ ଆଦ୍ୟ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାଁ ମଧ୍ୟ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଉଭୟ ବାପ-ପୁଅଙ୍କୁ ପୁଲିସ୍‌ ଅଟକ ରଖିଛି।

The post ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିବା ପରେ ହଇଚଇ, ୩ ଅଟକ appeared first on Odisha Reporter.



from Odisha Reporter https://ift.tt/3lIWwSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages