୨୧ ସେପ୍ଟେମ୍ବର,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

୨୧ ସେପ୍ଟେମ୍ବର,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ

ମେଷ: ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ । ବ୍ୟବସାୟରେ ଲାଭ ପାଇବେ।

ବୃଷ: ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟି ଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବା ସହ ମାନସିକ ଏକାଗ୍ରତା ବଜାୟ ରହିବ।

ମିଥୁନ: ଶରୀର ସୁସ୍ଥ ରହିବ।  ଧନପ୍ରାପ୍ତିର ଯୋଗ ରହିଛି। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।

କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଠିନ ପରିଶ୍ରମ କରିପାରନ୍ତି।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ତୁଳା: ଭଲ କାମ କରି ପ୍ରଶଂସିତ ହେବେ। ସଭାସମିତିରେ ସଫଳତା ମିଳିବ। ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ଆୟବୃଦ୍ଧି ହେବ।

ବିଚ୍ଛା: କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: କୌଣସି କଥାକୁ ନେଇ  ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।  ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଯାତ୍ରା କରନ୍ତୁ ନାହିଁ।

ମକର: ଶତ୍ରୁମାନେ ଦୁର୍ବଳ ହେବେ। ଆୟରପନ୍ଥା ସହଜ ହେବ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ।

କୁମ୍ଭ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ଉପହାର ମିଳିପାରେ।

ମୀନ: ମନ ପ୍ରଫୁଲ୍ଲ ରହିବ। ବାକି ପଡ଼ିଥିବା ଆଦାୟ ହେବ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ।

 

 

The post ୨୧ ସେପ୍ଟେମ୍ବର,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ appeared first on Odisha Reporter.



from Odisha Reporter https://ift.tt/3nRblVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages