ନୂଆଦିଲ୍ଲୀ: ବିବାଦରେ ଏଲ୍ଜେପି ସାଂସଦ ତଥା ଚିରାଗ ପାଶୱାନଙ୍କ ଭାଇ। ଚିରାଗ ପାଶୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ରାଜ ପାଶୱାନଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁରେ ଏତଲା ହୋଇଛି। ଦିଲ୍ଲୀ କନଟ୍ ପ୍ଲେସ ଥାନାରେ ପ୍ରିନ୍ସ ରାଜଙ୍କ ନାଁରେ ଏଫ୍ଆଇଆର୍ ରୁଜୁ ହୋଇଛି।
ସୂଚନା ମୁତାବକ, ପୀଡିତା ଜଣକ ପ୍ରାୟ ୩ ମାସ ପୂର୍ବେ କନ୍ନଟ ପ୍ଲେସ ପୁଲିସ ଷ୍ଟେସନରେ ଅଗିଯୋଗ କରିଥିଲେ। କିନ୍ତୁ ସେତେବେ ଦିଲ୍ଲୀ ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଏହି ଅଭିଯୋଗକୁ ଆଧାର କରି ସେପ୍ଟେମ୍ବର ୯ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସ ତାଙ୍କ ନାଁରେ ଏବେ ଏଫ୍ଆଇର୍ ରୁଜୁ କରିଛି।
ପୀଡ଼ିତାଜଣକ ଜଣେ ଏଲଜେପି କର୍ମୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ, ଅଚେତ୍ ଥିବା ସମୟରେ ପ୍ରିନ୍ସ ରାଜ ପାଶୱାନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଏଲଜେପି ସାଂସଦ ପ୍ରିନ୍ସ ରାଜ ପାଶୱାନ କିନ୍ତୁ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ ପୀଡ଼ିତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।
ଜୁନ୍ ୧୭ରେ ପ୍ରିନ୍ସ ଟୁଇଟ୍ କରି କହିଥିଲେ, ‘ମୋ ବିରୋଧରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ମୋ ବିରୋଧରେ ବଡ଼ ଅପରାଧିକ ଷଡଯନ୍ତ୍ର ରଚାଯାଇଛି। ଯାହା ମୋର ବୃତ୍ତିଗତ ତଥା ବ୍ୟକ୍ତିଗତ ପ୍ରତିଷ୍ଠା ପ୍ରତି ବିପଦ ସୃଷ୍ଟି କରୁଛି।’
The post ଏଲ୍ଜେପି ସାଂସଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3EcYh2G
No comments:
Post a Comment