ରାଜ୍ୟରେ ୬୯୫କରୋନା ଆକ୍ରାନ୍ତ ମଧ୍ୟରୁ ୮୩ ଜଣ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ରାଜ୍ୟରେ ୬୯୫କରୋନା ଆକ୍ରାନ୍ତ ମଧ୍ୟରୁ ୮୩ ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ୍ ବର୍ଗର। ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦, ଭଦ୍ରକ ୧୩, ଦେବଗଡ଼ରୁ ଜଣେ, ଢେଙ୍କାନାଳ ୪, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୨୫, ଯାଜପୁର ୩୯, ଝାରସୁଗୁଡ଼ା ୬, କଳାହାଣ୍ଡି ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା ୮, କେନ୍ଦୁଝରରୁ ଜଣେ, ମାଲକାନଗିରି ୪, ମୟୂରଭଞ୍ଜ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ ୩, ପୁରୀ ୧୮, ରାୟଗଡ଼ା ୭, ସମ୍ବଲପୁର ୮, ସୋନପୁର ୨, ସୁନ୍ଦରଗଡ଼ ୫ ଓ ଷ୍ଟେଟପୁଲରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୫,୫୬୪ଜଣ ସୁସ୍ଥ ହୋଇସାରିଛନ୍ତି। ୫,୮୭୬ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୫କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୨୪, ଯାଜପୁରରେ ୧୬୩, ଜଗତସିଂହପୁରରେ ୨୯୭, କୋରାପୁଟରେ ୭୭ ଓ ମୟୂରଭଞ୍ଜରେ ୨୭୬ରେ ପହଞ୍ଚିଛି।

 

The post ରାଜ୍ୟରେ ୬୯୫କରୋନା ଆକ୍ରାନ୍ତ ମଧ୍ୟରୁ ୮୩ ଜଣ ଛୁଆ appeared first on Odisha Reporter.



from Odisha Reporter https://ift.tt/3lFQ1zX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages