ପରିବାରର ୫ ଜଣଙ୍କ ଆତ୍ମହତ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ୨ ବର୍ଷର ଝିଅ, ଭୋକରେ ମରିଗଲା ୯ ମାସର ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ପରିବାରର ୫ ଜଣଙ୍କ ଆତ୍ମହତ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ୨ ବର୍ଷର ଝିଅ, ଭୋକରେ ମରିଗଲା ୯ ମାସର ପୁଅ

ବେଙ୍ଗାଲୁରୁ: ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନେ ପ୍ରାଣ ହରାଇବାର ୩ ଦିନ ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଥିବା ବେଳେ ଏକ ୨ ବର୍ଷର ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି ଏକ ୯ ମାସର ଶିଶୁପୁତ୍ର ଭୋକରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିବା ବେଳେ ତା’ ମୃତଦେହ ମଧ୍ୟ ସେହି ଘର ଭିତରୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ।

ଘରର ମୁଖ୍ୟ ଏଚ୍ ଶଙ୍କର ଫେରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଶୁକ୍ରବାର ସେ ତାଙ୍କର ବେଙ୍ଗାଲୁରୁ ସ୍ଥିତ ଘରକୁ ଫେରିଥିଲେ। ସେ ୫ ଦିନ ପୂର୍ବେ ଘର ଛାଡ଼ି ପଳାଇଥିଲେ। ତାଙ୍କ ଝିଅ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା, ଯିଏ ଶାଶୂ ଘରୁ ପଳାଇ ଆସି ତାଙ୍କ ପାଖରେ ରହୁଥିଲେ। ରାଗରେ ଘର ଛାଡ଼ି ଚାଲି ଯାଇଥିଲେ ମଧ୍ୟ ପରେ ପରିବାର ଲୋକଙ୍କୁ ସେ ଫୋନ୍ କରି ଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। ତା’ପରେ କିଛି ଅଘଟଣ ଆଶଙ୍କା କରି ସେ ଶୁକ୍ରବାର ଘରକୁ ଫେରି ଆସିଥିଲେ।

ଘରକୁ ଫେରିବା ପରେ ଏଚ୍ ଶଙ୍କର ତାଙ୍କ ପତ୍ନୀ (୫୦ ବର୍ଷ), ପୁଅ (୨୭ ବର୍ଷ) ଓ ଦୁଇ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କର ୯ ମାସର ନାତି ଭୋକରେ ମରି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେବଳ ୨ ବର୍ଷର ନାତୁଣୀ ଜୀବିତ ଥିବା ପୁଲିସ୍ କହିଛି। ଡାକ୍ତରଖାନାରେ ତାଙ୍କ ନାତୁଣୀର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି।

ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୪ଟି ଯାକ ମୃତଦେହ ପଚିବା ଆରମ୍ଭ କରିଥିଲାଣି। ଶବ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜାଣି ହେବ।

The post ପରିବାରର ୫ ଜଣଙ୍କ ଆତ୍ମହତ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ୨ ବର୍ଷର ଝିଅ, ଭୋକରେ ମରିଗଲା ୯ ମାସର ପୁଅ appeared first on Odisha Reporter.



from Odisha Reporter https://ift.tt/3zlRBf9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages