ସତ ମାନିଲା ଆମେରିକା, କ୍ଷମା ବି ମାଗିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ସତ ମାନିଲା ଆମେରିକା, କ୍ଷମା ବି ମାଗିଲା

ୱାଶିଂଟନ: ଶେଷରେ ସତ ମାନିଲା ଆମେରିକା। ନିଜ ଭୁଲ୍‌କୁ ସ୍ୱୀକାର କଲା। କେବଳ ସେତିକି ନୁହେଁ କ୍ଷମା ମଧ୍ୟ ମାଗିଲା। ସାରା ବିଶ୍ୱ ଆଗରେ ମୁଣ୍ଡ ନୁଆଁଇଲା। ଗତ ମାସରେ କାବୁଲ ବିମାନ ବନ୍ଦରରେ ହୋଇଥିବା ଏୟାର୍‌ଷ୍ଟ୍ରାଇକରେ ୧୦ ନୀରିହ ଲୋକଙ୍କ ଜୀବନ ଯାଇଛି। ତଦନ୍ତରୁ ଖୁଲାସା ହୋଇଛି ଯେ, ଏହି ଏୟାରଷ୍ଟ୍ରାଇକରେ ସାଧାରଣ ନାଗରିକଙ୍କ ସମେତ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ପୂର୍ବରୁ ଏହି କଥାକୁ ମାନୁନଥିବା ପେଣ୍ଟାଗନ ଶେଷରେ ସତ୍ୟକୁ ସ୍ୱୀକାର କରିଛି। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।

ଅମେରିକା ସେଣ୍ଟ୍ରାଲ କମାଣ୍ଡର କମାଣ୍ଡର ଜନରଲ ଫ୍ରାଙ୍କ ମ୍ୟାଙ୍କେଜି କହିଛନ୍ତି, ୨୯ ଅଗଷ୍ଟ ଦିନ କାବୁଲରେ ହୋଇଥିବା ଏୟାରଷ୍ଟ୍ରାଇକରେ ୭ ଜଣ ଶିଶୁଙ୍କ ସମେତ ୧୦ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି। ଏଥିପାଇଁ ଆମେ ଦୁଃଖିତ। ପୀଡିତଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା, ଏଥିସହ ଆମେ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି।

ସେପଟେ ଆମେରିକା ରକ୍ଷା ସଚିବ ଲୟଡ ଜେ ଅଷ୍ଟିନ୍‌ କହିଛନ୍ତି, ଡ୍ରୋନ୍‌ ଆକ୍ରମଣରେ ପୀଡିତଙ୍କ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆମେ ଦୁଃଖିତ ଏବଂ ଏହି ଭୟଙ୍କର ଭୁଲରୁ ଆମେ ଶିଖିବାକୁ ଚେଷ୍ଟା କରିବୁ। ଏଥି ସହିତ ପେଣ୍ଟାଗନରେ ଜେନେରାଲ୍ କେନ୍ଥ ମ୍ୟାକେଙ୍କି କହିଛନ୍ତି ଯେ ଏହା ଏକ ବଡ଼ ଭୁଲ। ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି ଆକ୍ରମଣରେ ନିହତ ହୋଇଥିବା ଶିଶୁଙ୍କ ମଧ୍ୟରେ ଜଣେ ୨ ବର୍ଷ ଶିଶୁ ସାମିଲ ଅଛି। ତା’ ନାଁ ସୁମାୟା।

ଏହି ଆକ୍ରମଣକୁ ନେଇ ପ୍ରଥମେ ପେଣ୍ଟାଗନ “ଯଥାର୍ଥ” ବୋଲି କହୁଥିଲା। ପରେ ଗଣମାଧ୍ୟମ ଏହି ଘଟଣାକୁ ନେଇ ଆମେରିକାର ବିବୃତ୍ତି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଟାର୍ଗେଟରେ ଥିବା ଗାଡିର ଡ୍ରାଇଭର ଜଣେ ଆମେରିକୀୟ ମାନବିକ ସଂଗଠନର କର୍ମଚାରୀ ବୋଲି କୁହାଯାଇଥିଲା।

ପେଣ୍ଟାଗନ୍ କହିଛି ଯେ ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଏକ କମ୍ପାଉଣ୍ଡରେ ନଜର ଆସିବା ପରେ ଆମେରିକାର ଗୁପ୍ତଚର ବ୍ୟକ୍ତି ଜଣଙ୍କ କାରକୁ ଆଠ ଘଣ୍ଟା ଧରି ଟ୍ରାକିଂ କରିଥିଲେ ।ଅନୁସନ୍ଧାନରୁ ଜଣାପଡିଛି ଯେ କାରର ଗତିବିଧି କାବୁଲ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ଗୋଷ୍ଠୀର ଯୋଜନା ସମ୍ପର୍କରେ ଗୁପ୍ତଚର ସଂସ୍ଥା ଦ୍ୱାରା ମିଳିଥିବା ସୂଚନା ସହିତ ମେଳ ଖାଉଛି । ଏହି ସମୟରେ, ଏକ ସିସିଟିଭି ଡ୍ରୋନ୍ କିଛି ଲୋକଙ୍କୁ କାରର ଟ୍ରଙ୍କରେ ବିସ୍ଫୋରକ ସାମଗ୍ରୀ ଲୋଡ୍ କରୁଥିବା ଦେଖିଥିଲେ, କିନ୍ତୁ ପରେ ସେଗୁଡିକୁ ପାଣି ପାତ୍ରରେ ବଦଳାଇ ଦିଆଯାଇଥିଲା ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

The post ସତ ମାନିଲା ଆମେରିକା, କ୍ଷମା ବି ମାଗିଲା appeared first on Odisha Reporter.



from Odisha Reporter https://ift.tt/3lyslxj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages