ଭାରତୀ ଓ ହର୍ଷଙ୍କ ଜାମିନ୍‌କୁ ନେଇ ଏନ୍‌ସିବି ଖପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

ଭାରତୀ ଓ ହର୍ଷଙ୍କ ଜାମିନ୍‌କୁ ନେଇ ଏନ୍‌ସିବି ଖପ୍ପା

ମୁମ୍ବାଇ:  ଗତବର୍ଷ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ଡ୍ରଗ୍ସ ମାମଲାରେ ଅନେକ ବଡ ବଡ ସେଲେବ୍ରିଟିଙ୍କ ନାଁ ମଧ୍ୟ ପଦାକୁ ଆସିଥିଲା। ଏଥିରେ କମେଡି କୁଇନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ନାଁ ମଧ୍ୟ ସାମିଲ ଥିଲା। ଏଦୁଇ ଜଣଙ୍କୁ ଏନ୍‌ସିବି ଗିଫର କରିଥିଲା କିନ୍ତୁ ପରେ ଉଭୟଙ୍କୁ ବେଲ୍‌ ମିଳିଯାଇଥିଲା। ତେବେ ଏନସିବି ଏଥିରେ ଖୁସି ନୁହେଁ। ନିକଟରେ ଏକ ମାମଲାକୁ ନେଇ ମୁମ୍ବାଇର ଏକ ସେସେନ୍‌ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏହାକୁ ନେଇ ଏନ୍‌ସିବି ଅସନ୍ତୋଷ ପ୍ରକାଶ କରିଛି।

ଗୁରୁବାର ଦିନ ସେସନ୍‌ କୋର୍ଟରେ ଏନସିବି ବିଚାରପତିଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶରେ ନିରାଶ ଜାହିର କରିଛି। ଏନ୍‌ସିବି କହିଛି, ଭାରତୀ ସିଂ ଏବଂ ହର୍ଷ ଡ୍ରଗ୍ ମାମଲାରେ ଜାମିନ ପାଇବା ସମାଜ ପାଇଁ ବିପଦପୂର୍ଣ୍ଣ ସଙ୍କେତ । ହାଇ ପ୍ରୋଫାଇଲ ଅଭିଯୁକ୍ତମାନେ ଖୁବ୍‌ ସହଜରେ ଦୋଷମୁକ୍ତ ହୋଇଯା’ନ୍ତି ଏବଂ ଜେଲ୍‌ରୁ ବାହାରି ଆସନ୍ତି ବୋଲି ଏହି ନିର୍ଦ୍ଦେଶ ଦର୍ଶାଉଥିବା ନେଇ ଏନ୍‌ସିବି କହିଛି।

ସୂଚନା ମୁତାବକମ, ଗତବର୍ଷ ନଭେମ୍ବର ୨୧ରେ ଏନ୍‌ସିବି କମେଡି କୁଇନ୍‌ ଭାତରୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଅନ୍ଧେରୀ ସ୍ଥିତ ଘରେ ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରକୁ ୮୬.୫୯ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା। ଗଞ୍ଜେଇ ସେବନ କରୁଥିବା ନେଇ ଉଭୟ ଭାରତୀ ଏବଂ ହର୍ଷ ସ୍ୱୀକାର ମଧ୍ୟ କରିଥିଲେ।

ଏହାପରେ ଏନ୍‌ସିବି ଭାରତୀ ଓ ହର୍ଷଙ୍କୁ ଗିରଫ କରିଥିଲା। ଗିରଫର ଦିନକ ପରେ ତଥା ୨୨ ନଭେମ୍ବରରେ ଉଭୟଙ୍କୁ ଜାମିନ ମିଳିଯାଇଥିଲା। ଏନସିବି ଦ୍ୱାରା ହର୍ଷ ଏବଂ ଭାରତ ସିଂଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ ହୋଇ ନ ଥିବାରୁ ମାଜିଷ୍ଟ୍ରେଟ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ।

The post ଭାରତୀ ଓ ହର୍ଷଙ୍କ ଜାମିନ୍‌କୁ ନେଇ ଏନ୍‌ସିବି ଖପ୍ପା appeared first on Odisha Reporter.



from Odisha Reporter https://ift.tt/3CJ7G0n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages