କ୍ୱାଡ୍‌ରେ ଆତଙ୍କବାଦକୁ ନିନ୍ଦା, ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 25, 2021

କ୍ୱାଡ୍‌ରେ ଆତଙ୍କବାଦକୁ ନିନ୍ଦା, ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ୍‌

ନୂଆଦିଲ୍ଲୀ: କ୍ୱାଡ ବୈଠକରେ ଆତଙ୍କବାଦ ପାଲଟିଛି ମୂଳ ପ୍ରସଙ୍ଗ। ଚାରି ଦେଶର ପ୍ରମୁଖ ନେତା ଉପସ୍ଥିତ ରହି ପାକିସ୍ତାନକୁ ପରୋକ୍ଷରେ ଦେଇଛନ୍ତି ଚେତାବନୀ। ପାକିସ୍ତାନର ନାଁ ନେଇ ଆତଙ୍କବାଦକୁ ନିନ୍ଦା କରାଯାଇଛି।

ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର କ୍ୱାଡ ନେତାମାନେ ପାକିସ୍ତାନର ନାଁ ନେଇ ଦକ୍ଷିଣ ଏସିଆରେ ‘ପରୋକ୍ଷ ଆତଙ୍କବାଦ’ର ବ୍ୟବହାରକୁ ନେଇ ନିନ୍ଦା କରିଛନ୍ତି। ପରଦା ପଛରେ ରହୁଥିବା ଆତଙ୍କବାଦୀ କ୍ୱାଡ ନେତାମାନଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି।  ଏଥି ସହିତ ସେ ଆତଙ୍କବାଦୀ ଗୋଷ୍ଠୀର କୌଣସି ସମର୍ଥନକୁ ଅସ୍ୱୀକାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ହ୍ୱାଇଟ୍‌ ହାଇସରେ ଶୁକ୍ରବାର ନିଜର ପ୍ରଥମ କ୍ୱାଡ ଶିଖର ସମ୍ମିଳନୀ ପରେ ମିଳିତ ବିବୃତ୍ତି ଜାରି କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଏବଂ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ ମୋରିସନ କହିଛନ୍ତି, ସେମାନେ ଆଫଗାନିସ୍ତାନକୁ ନେଇ କୂଟନୈତିକ, ଅର୍ଥନୈତିକ ଏବଂ ମାନବାଧିକାର ନୀତିକୁ ଟିକିନିଖି ଭାବେ ସମନ୍ୱୟ କରିବେ। ଏଥିସହ ଦକ୍ଷିଣ ଏସିଆରେ ଆତଙ୍କବାଦ ବିରୋଧୀ ତଥା ମାନବିକ ସହଯୋଗକୁ ମଧ୍ୟ ଦୃଢ଼ ଭାବେ ଆଲୋଚନା କରିବେ।

ଆଫଗାନିସ୍ତାନର ଜମି କୌଣସି ଦେଶକୁ ଧମକ ଦେବା କିମ୍ବା ଆକ୍ରମଣ କରିବା, କିମ୍ବା ଆତଙ୍କବାଦୀଙ୍କୁ ଶରଣ ନେତା ତଥା ତାଲିମ ଦେବା କିମ୍ବା ଆତଙ୍କବାଦୀ ଆକ୍ରମଣର ଯୋଜନା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କ୍ୱାଡ୍ ନେତାମାନେ କହିଛନ୍ତି। ଏଥି ସହିତ ଆଫଗାନିସ୍ତାନରେ ଆତଙ୍କବାଦ ମୁକାବିଲା କରିବାର ଗୁରୁତ୍ୱକୁ ମଧ୍ୟ ସେ ଦୋହରାଇଛନ୍ତି।

ଆଫଗାନିସ୍ତାନ ନାଗରିକଙ୍କୁ ସମର୍ଥନ କରିବା ସହ ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ସମେତ ସମସ୍ତ ଆଫଗାନିସ୍ତାନର ମାନବିକ ଅଧିକାରକୁ ସମ୍ମାନ ଦିଆଯିବ। ଏଥିପାଇଁ ଆମେ ତାଙ୍କ ସହ ଛିଡା ହୋଇଛୁ।  ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ତାଲିବାନରୁ ଏକ ସୁରକ୍ଷିତ ମାର୍ଗ ପ୍ରଦାନ କରାଯିବ ବୋଲି କ୍ୱାଡ୍‌ ବୈଠକର ମିଳିତ ବିବୃତ୍ତିରେ କୁହାଯାଇଛି।

ଆତଙ୍କବଦ ସଫେଇ ଅଭିଯାନକୁ ନେଇ ଭାରତ ଗ୍ଲୋବାଲ ପ୍ଲାଟଫର୍ମରେ ବାରମ୍ବାର କଥା ଉଠାଇଛି। ଆଉ ଏବେ ବଡ ବଡ ଦେଶ ତରଫରୁ ଏହାକୁ ସମର୍ଥନ ମିଳିଛି। ଯାହାକି ଆତଙ୍କବାଦକୁ ପ୍ରତ୍ସାହିତ କରୁଥିବା ଦେଶ ଏବଂ ଆତଙ୍କବାଦୀଙ୍କ ପାଇଁ ସତର୍କ ଘଣ୍ଟି ପାଲଟିଛି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଲା ହାରିସଙ୍କୁ ଭେଟିଥିଲେ। ଏହି ସମୟରେ କମଲା ହାରିସ ତାଙ୍କ ଆଡୁ ପାକିସ୍ତାନର ଆତଙ୍କବାଦ କଥା ଉଠାଇଥିଲେ।

The post କ୍ୱାଡ୍‌ରେ ଆତଙ୍କବାଦକୁ ନିନ୍ଦା, ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ୍‌ appeared first on Odisha Reporter.



from Odisha Reporter https://ift.tt/3AGlfx7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages